ETV Bharat / sitara

ଭାଲେଣ୍ଟାଇନ ଡେ’ ଫାଇଦା ଉଠାଇଲା ‘ଲଭ ଆଜକଲ’

author img

By

Published : Feb 15, 2020, 5:40 PM IST

ସାମ୍ନାକୁ ଆସିଯାଇଛି ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଲଭ ଆଜକଲ’ର ଫାଷ୍ଟ ଡେ’ କଲେକ୍ସନ ରିପୋର୍ଟ । 12.40 କୋଟି ଆୟ କରିଛି ଫିଲ୍ମ । ଯାହାକୁ ନେଇ ଖୁସ ପୁରା ଟିମ ।

kartik aaryan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ୟନଙ୍କ ଚର୍ଚ୍ଚିତ ଫିଲ୍ମ ‘ଲଭ ଆଜକଲ’ ଭାଲେଣ୍ଟାଇନ ଡେ’ ଅବସରରେ ରିଲିଜ ହୋଇଛି । ଏହି ରୋମାଣ୍ଟିକ ଫିଲ୍ମରେ ଦୁଇଟି ଯୁଗର କାହାଣୀ ଦେଖିବାକୁ ପାଇଛନ୍ତି ଦର୍ଶକ । ଫିଲ୍ମକୁ କ୍ରିଟିକ୍ସ ଓ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ଭାଲେଣ୍ଟାଇନ ଡେ’ ପାଇଁ ଫିଲ୍ମ କଲେକ୍ସନରେ ଫାଇଦା ଦେଖିବାକୁ ମିଳିଛି । ‘ଲଭ ଆଜକଲ’ର ଓପନିଂ ଡେ’ କଲେକ୍ସନ ସାମ୍ନାକୁ ଆସିଯାଇଛି।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମ ରିଲିଜର ପ୍ରଥମ ଦିନରେ 12.40 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଯାଇଛି। ଯଦି ଭାଲେଣ୍ଟାଇନ ଡେରେ ଫିଲ୍ମ ରିଲିଜ ନହୋଇଥାଆନ୍ତା ତେବେ ଫିଲ୍ମର ପାଖାପାଖି କଲେକ୍ସନ 8.50 କୋଟି ବିଜନେସ କରିଥାନ୍ତା ।

ପ୍ରକାଶ ଥାଉକି ସାରା ଓ କାର୍ତ୍ତିକଙ୍କ ବ୍ୟତୀତ ରଣଦୀପ ହୁଡ୍ଡା ଓ ଆରୁଷି ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖାଯାଉଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଫେମସ ନିର୍ମାତା ଇମତିଆଜ ଅଲ୍ଲୀ । 2009ରେ ଆସିଥିବା ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନଙ୍କ ସୁପରହିଟ୍ ଫିଲ୍ମ ‘ଲଭ ଆଜକଲ’ର ଏହା ସିକ୍ବେଲ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.