ନୂଆଦିଲ୍ଲୀ: ଆଜି( ଗୁରୁବାର) ବଲିଉଡର ମୁନ୍ନା ଭାଇ ତଥା ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ପତ୍ନୀ ମାନ୍ୟତାଙ୍କ ବିବାହ ବାର୍ଷିକୀ । ସେମାନଙ୍କ ବିବାହକୁ 13 ବର୍ଷ ବିତିଗଲାଣି । ଆଜି ଉଭୟଙ୍କ ପାଇଁ ଏକ ବିଶେଷ ଦିନ ।
-
11.02.2008
— Sanjay Dutt (@duttsanjay) February 11, 2021 " class="align-text-top noRightClick twitterSection" data="
Loved you then. Love you even more now @maanayata_dutt
Happy anniversary♥️ pic.twitter.com/1WdBunO7gP
">11.02.2008
— Sanjay Dutt (@duttsanjay) February 11, 2021
Loved you then. Love you even more now @maanayata_dutt
Happy anniversary♥️ pic.twitter.com/1WdBunO7gP11.02.2008
— Sanjay Dutt (@duttsanjay) February 11, 2021
Loved you then. Love you even more now @maanayata_dutt
Happy anniversary♥️ pic.twitter.com/1WdBunO7gP
ଏହି ଅବସରରେ ସଞ୍ଜୟ ସୋସିଆଲ ମିଡିଆରେ ମାନ୍ୟତାଙ୍କ ସହ ଏକ ଅତି ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ଉଭୟଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି ।
ଫଟୋ ସହିତ ସଞ୍ଜୟ ଏକ ସୁନ୍ଦର ନୋଟ୍ ମଧ୍ୟ ଲେଖିଛନ୍ତି ।
ସଞ୍ଜୟ ଲେଖିଛନ୍ତି ଯେ, 11.02.2008, ସେତେବେଳେ ତୁମକୁ ଭଲ ପାଉଥିଲି, ଏବଂ ବର୍ତ୍ତମାନ ମୁଁ ତୁମକୁ ପୂର୍ବ ଅପେକ୍ଷା ଆହୁରି ଅଧିକ ଭଲ ପାଏ । ହାପି ଆନିଭର୍ସରୀ ।
ପ୍ରକାଶ ଥାଉ ଯେ, ସଞ୍ଜୟ ଏବଂ ମାନ୍ୟତା ପ୍ରାୟ ଦୁଇ ବର୍ଷ ରିଲେସନସିପରେ ଥିଲେ ଏବଂ ପରେ 2008 ରେ ଗୋଆରେ କୋର୍ଟ ବିବାହ କରିଥିଲେ। ଏହା ପରେ ସେ ମୁମ୍ବାଇ ଆସି ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ମାନ୍ୟତାଙ୍କ ସହ ସଞ୍ଜୟଙ୍କର ଏହା ତୃତୀୟ ବିବାହ। ଉଭୟଙ୍କର ଯାଆଁଳା ସନ୍ତାନ ମଧ୍ୟ ଅଛି।