ETV Bharat / sitara

ବିଶ୍ବ କର୍କଟ ଦିବସରେ ମୁନ୍ନା ଭାଇଙ୍କୁ ମନେ ପକାଇଲେ ବନ୍ଧୁ ରାହୁଲ

author img

By

Published : Feb 4, 2021, 2:06 PM IST

ଫେବୃଆରୀ 4ରେ ପୁରା ବିଶ୍ବରେ କ୍ୟାନ୍ସର ଡେ ପାଳନ କରାଯାଏ । ଗତ ବର୍ଷ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇଥିଲେ ସଞ୍ଜୟ । ଯାହାକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ନିର୍ମାତା ରାହୁଲ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ ପେଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ ପେଜ

ମୁମ୍ବାଇ: ଆଜି ବିଶ୍ବ କର୍କଟ ଦିବସ । ଏହି ଅବସରରେ ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତଙ୍କ ବନ୍ଧୁ ତଥା ଫିଲ୍ମ ନିର୍ମାତା ରାହୁଲ ମିତ୍ରାଙ୍କ ବୟାନ ସାମ୍ନାକୁ ଆସିଛି । ସେ ସଞ୍ଜୟଙ୍କ କ୍ୟାନ୍ସର କଥା ଗତ ବର୍ଷ ଶୁଣି ଭାଙ୍ଗିପଡିଥିଲେ ବୋଲି ସମସ୍ତଙ୍କୁ ଜଣାଇଛନ୍ତି ।

ସେ ଏକ ସାକ୍ଷାତକାରରେ ସଞ୍ଜୟଙ୍କ କ୍ୟାନ୍ସର ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ଭାବୁଛି ଗତ ବର୍ଷ ଅଗଷ୍ଟ 11 ତାରିଖ ସେହି ଦିନ ଥିଲା ଯେବେ ଗଣମାଧ୍ୟମରେ ସଞ୍ଜୟଙ୍କର ଷ୍ଟେଜ 4 ଫୁସଫୁସ କର୍କଟ ରୋଗ ବିଷୟରେ ପ୍ରକାଶିତ ହୋଇଥିଲା । ଯାହା ଦେଖି ମୁଁ ଭାଙ୍ଗି ପଡିଥିଲି । ଆଉ ନିର୍ଦ୍ଦିଷ୍ଟ ପରୀକ୍ଷା ଚାଲିଥିବାରୁ ମୁଁ କଳ୍ପନାଜଳ୍ପନାରୁ ନିବୃତ୍ତ ରହିବାକୁ ଗଣମାଧ୍ୟମକୁ ଅନୁରୋଧ କରିଥିଲି। ଆମେ ସମସ୍ତେ ଜାଣିଥିଲୁ ଏକ ଅସୁବିଧା ଅଛି କିନ୍ତୁ ମୁଁ ଚାହୁଁଥିଲି ପ୍ରଥମେ ସଞ୍ଜୟ ପ୍ରତିକ୍ରିୟା ଦେଇସାରିବା ପରେ ଗଣମାଧ୍ୟମ ଏହା ବିଷୟରେ ଖବର ପ୍ରକାଶିତ କରୁ । କିନ୍ତୁ ଯାହା ବି ହେଉ ସଞ୍ଜୁ ଅଧିକ ସମୟ ନଷ୍ଟ କଲେ ନାହିଁ ସେ ତୁରନ୍ତ ନିଜକୁ ଭଲ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ବାହାରି ପଡିଥିଲେ । ଏହା କୁହାଯାଉଥିଲା ଯେ ସେ ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି କିନ୍ତୁ ଭାରତରେ ଏପରି ଭଲ ଡାକ୍ତର ଅଛନ୍ତି, ଯିଏ ସଞ୍ଜୁଙ୍କୁ କର୍କଟ ରୋଗରୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି ।’

ପ୍ରକାଶ ଥାଉକି 61 ବର୍ଷିୟ ସଞ୍ଜୟ ଅଗଷ୍ଟରେ ନିଜ କ୍ୟାନ୍ସର ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ଆଉ ଚିକିତ୍ସା ଉପରେ ଅଧିକ ଧ୍ୟାନ ଦେଇ ସେ କ୍ୟାନ୍ସରକୁ ମାତ୍ ଦେବେ ବୋଲି ଫ୍ୟାନ୍ସଙ୍କୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଯାହା ସେ ସାବ୍ୟସ୍ତ କରି ଦେଖାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.