ହାଇଦ୍ରାବାଦ: କିଛି ଦିନ ହେବ ସଞ୍ଜୟ ଦତ୍ତଙ୍କ ରାଜନୀତିରେ ପ୍ରବେଶକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳିଥିଲା । ସଞ୍ଜୟ ସମାଜବାଦୀ ପାର୍ଟିରେ ମିଶିବା କଥା ଶୁଣିବାକୁ ମିଳୁଥିଲା କିନ୍ତୁ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ । ସେ କୌଣସି ରାଜନୈତିକ ଦଳରେ ମିଶିବେ ନାହିଁ ବୋଲି କହିଛନ୍ତି ।
2009ରେ ଲକ୍ଷ୍ନୌ ଲୋକସଭା ଆସନରୁ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ ମାତ୍ର ନିର୍ବାଚନ ଜିତି ପାରିନଥିଲେ । ତେବେ ନିକଟରେ ସଞ୍ଜୟଙ୍କ ଏକ ଭିଡିଓ ସେୟାର କରିଥିଲେ । ଭିଡିଓରେ ସେ ଆରଏସପିର ମୁଖ୍ୟ ମହାଦେବ ଝଙ୍କାରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ଝଙ୍କାର, ସଞ୍ଜୟ ସେପ୍ଟେମ୍ବର 25ରେ ଆରଏସପିରେ ଯୋଗ ଦେବେ ବୋଲି କହିଥିଲେ ।