ETV Bharat / sitara

ସଞ୍ଜୟ@60, ଫ୍ୟାନ୍ସଙ୍କୁ ଦେଲେ ଉପହାର

author img

By

Published : Aug 30, 2019, 7:00 AM IST

ସେପ୍ଟେମ୍ବର 20ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ଫିଲ୍ମ ‘ପ୍ରସ୍ଥାନମ’ । ସଞ୍ଜୟଙ୍କ ଜନ୍ମଦିନ ଅବସରରେ ଗୁରୁବାର ରିଲିଜ ହୋଇଛି ଫିଲ୍ମର ଟ୍ରେଲର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ଆଜି ବଲିଉଡର ଖଲନାୟକ ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତଙ୍କ 60ତମ ଜନ୍ମଦିନ । ଏହି ଅବସରରେ ଫ୍ୟାନ୍ସଙ୍କୁ ଉପହାର ଦେବାକୁ ଯାଇ ସେ ନିଜ ପ୍ରଯୋଜିତ ଫିଲ୍ମ ‘ପ୍ରସ୍ଥାନମ’ର ଜବରଦସ୍ତ ଟ୍ରେଲର ରିଲିଜ କରିଦେଇଛନ୍ତି ।

ଏହି ମଲ୍ଟି ଷ୍ଟାରର ଫିଲ୍ମରେ ସଞ୍ଜୟ ଜଣେ ରାଜନେତା ଭୂମିକାରେ ନଜର ଆସୁଛନ୍ତି । ଯିଏ ନିଜ କ୍ଷମତା ତଥା ଶାସନ ଗଦି ସହଜରେ କାହାରିକୁ ଦେବାକୁ ପସନ୍ଦ କରୁନାହାଁନ୍ତି । ଏହାପରେ ଦେଖାଦେଇଛି ବାପା, ସାବତ ପୁଅ ଓ ନିଜ ପୁଅ ମଧ୍ୟରେ ମତାନ୍ତର । ଯାହାଦ୍ବାରା ନଷ୍ଟ ହୋଇଯାଇଛି ଗୋଟିଏ ପରିବାର । ଯାହା ଟ୍ରେଲରେ ଦେଖିବାକୁ ପାଇଛନ୍ତି ଦର୍ଶକ ।

  • " class="align-text-top noRightClick twitterSection" data="">

ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ଜ୍ୟାକି ଶ୍ରଫ, ଅଲ୍ଲୀ ଫୈଜଲ, ମନୀଷା କୋଇରାଲା, ଆମୟରା ଦସ୍ତୁର ଓ ସତ୍ୟଜିତ ଦୁବେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ସେହିପରି ‘ପ୍ରସ୍ଥାନମ’ ଜରିଆରେ କମେଡି ଅଭିନେତା ଚଙ୍କି ପାଣ୍ଡେ ଦୀର୍ଘ ଦିନ ପରେ ବଲିଉଡକୁ କମବ୍ୟାକ କରିଛନ୍ତି ।

ଦମଦାର ଟ୍ରେଲଟିକୁ ସଞ୍ଜୟ ଫ୍ୟାନ୍ସଙ୍କ ପାଇଁ ଟ୍ବିଟରରେ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଗଦି ପାଇଁ ଆରମ୍ଭ ହେଲା ଯୁଦ୍ଧ ।’

ପ୍ରକାଶ ଥାଉକି 2010ରେ ଆସିଥିବା ତେଲୁଗୁ ସୁପରହିଟ୍ ଫିଲ୍ମ ‘ପ୍ରସ୍ଥାନମ’ର ଏହାର ହିନ୍ଦୀ ରିମେକ ଫିଲ୍ମ । ତେଲୁଗୁ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିବା ନିର୍ଦ୍ଦେଶକ ଦେବା କାଟ୍ଟା ମଧ୍ୟ ହିନ୍ଦୀ ରିମେକର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି । ସେପ୍ଟେମ୍ବର 20ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.