ETV Bharat / sitara

ଲକଡାଉନ ଡାଏରୀ: ଭଲ ସ୍କ୍ରିପ୍ଟ ପଢିବାରେ ସମୟ ବିତାଉଛନ୍ତି ସଞ୍ଜୟ ଦତ୍ତ

author img

By

Published : May 22, 2020, 7:04 AM IST

ସଞ୍ଜୟ ଦତ୍ତ କହିଛନ୍ତି ଲକଡାଉନ ସମୟକୁ ଭଲ ଭାବରେ ବ୍ୟବହାର କରି ସେ ଭଲ ସ୍କ୍ରିପ୍ଟ ପଢିବାରେ ବ୍ୟସ୍ତ ଅଛନ୍ତି । ଏହାସହ ସେ ଆଗାମୀ ପ୍ରୋଜେକ୍ଟର ଭୂମିକାରେ ପ୍ରବେଶ କରିବାକୁ ଯାଇ ପ୍ରତିଦିନ ବ୍ୟାୟାମ ମଧ୍ୟ କରୁଛନ୍ତି । ଯାହାଫଳରେ ସେ ତାଙ୍କ ଫିଲ୍ମ ଚରିତ୍ର ସହିତ କିଛି ପରିମାଣରେ ଖାପଖୁଆଇ ପାରିବେ । ଅଧିକ ପଢନ୍ତୁ...

sanjay dutt have some very exciting scripts
ଲକଡାଉନ ଡାଏରୀ: ଭଲ ସ୍କ୍ରିପ୍ଟ ପଢିବାରେ ସମୟ ବିତାଉଛନ୍ତି ସଞ୍ଜୟ ଦତ୍ତ

ମୁମ୍ବାଇ: ଆଜିକାଲି ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଘରେ ରହି କିଛି ନା କିଛି କାମ କରି ତାଙ୍କର ସମୟ ବିତାଉଛନ୍ତି । ଏହି ସମୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବହୁତ ଭଲ ସ୍କ୍ରିପ୍ଟ ପଢିବାରେ ତାଙ୍କର ସମୟ ଉପଭୋଗ କରୁଛନ୍ତି ।

ସଞ୍ଜୟ ଦତ୍ତଙ୍କୁ 2019 ମସିହାରେ ଆସିଥିବା ତାଙ୍କର ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଫିଲ୍ମ 'ପାନିପତ'ରେ ଦେଖିବାକୁ ମିଳିଥିଲା । ଲକଡାଉନ ପରେ ତାଙ୍କର 'ସଡକ ୨' ସମେତ ଆହୁରି ଅନେକ ପ୍ରୋଜେକ୍ଟ ରିଲିଜ ହେବା ପାଇଁ ରହିଛି ।

ସଞ୍ଜୟ ଦତ୍ତ IANS କୁ କହିଛନ୍ତି, ବର୍ତ୍ତମାନ ମୋ ପାଖରେ ଅନେକ ସ୍କ୍ରିପ୍ଟ ଅଛି, ଯାହା ମୁଁ ବର୍ତ୍ତମାନ ପଢୁଛି । ଏହି ଲକଡାଉନ ହେତୁ ଅନେକ ଫିଲ୍ମ ରିଲିଜ ହେବାର ତାରିଖ ବଦଳିଛି ଏବଂ ସୁଟିଂ ହେବାକୁ ଥିବା ବହୁ ଫିଲ୍ମକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମୋ ପାଖରେ କିଛି ଭଲ ସ୍କ୍ରିପ୍ଟ ଅଛି, ମୁଁ ସେଗୁଡିକୁ ବର୍ତ୍ତମାନ ପଢୁଛି ଏବଂ ମୋତେ ମଧ୍ୟ ବହୁତ ଭଲ ଲାଗୁଛି । କିନ୍ତୁ ସବୁକିଛି ଠିକ ହେବା ପରେ ମୁଁ ସେଗୁଡ଼ିକ ବିଷୟରେ କହିବାକୁ ସମର୍ଥ ହେବି ।

ଏହାସହ ମୁଁ ପ୍ରତିଦିନ ବ୍ୟାୟାମ ମଧ୍ୟ କରୁଛି, ଯାହାଫଳରେ ମୁଁ ମୋ ଚରିତ୍ର ସହିତ କିଛି ପରିମାଣରେ ଖାପଖୁଆଇ ପାରିବି ।

ପ୍ରକାଶ ଥାଉ କି, ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଏବଂ ସେମାନଙ୍କର ଦୁଇ ପିଲା ବର୍ତ୍ତମାନ ଦୁବାଇରେ ଅଛନ୍ତି, ତେଣୁ ସଞ୍ଜୟ ଭିଡିଓ କଲ ମାଧ୍ୟମରେ ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.