ETV Bharat / sitara

ମୁମ୍ବାଇର ଡବାବାଲାଙ୍କ ପାଇଁ ମୁନ୍ନାଭାଇଙ୍କ ଅପିଲ୍

author img

By

Published : Jun 9, 2020, 9:53 PM IST

ଘର ଘର ବୁଲି ଖାଇବା ଯୋଗାଉଥିବା ମୁମ୍ବାଇର ଡବା ବାଲାଙ୍କ ପାଇଁ ବଲିଉଡର ମୁନ୍ନା ଭାଇଙ୍କ ଚିନ୍ତା ।

Sanjay Dutt
ଡବାବାଲାଙ୍କୁ ସହାୟତା ଯୋଗାଇଦେବାକୁ ମୁନ୍ନାଭାଇଙ୍କ ଅପିଲ୍

ମୁମ୍ବାଇ: ଘର ଘର ବୁଲି ଖାଇବା ଯୋଗାଉଥିବା ମୁମ୍ବାଇର ଡବା ବାଲାଙ୍କ ପାଇଁ ବଲିଉଡର ମୁନ୍ନା ଭାଇଙ୍କ ଚିନ୍ତା । ସରକାର ସେମାନଙ୍କ ଦୁଃଖ ବୁଝନ୍ତୁ ବୋଲି ମହାରାଷ୍ଟ୍ର ସରକାରଙ୍କୁ ଟ୍ବିଟ କରିଛନ୍ତି ବାବା । ସେମାନଙ୍କୁ ସହାୟତା ଯୋଗାଇଦେବାକୁ ସଞ୍ଜୟ ନିବେଦନ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ ଡବା ବାଲା ଆମକୁ ଦଶନ୍ଧି ଧରି ଖାଇବା ଯୋଗାଇ ଆସୁଛନ୍ତି । ବର୍ତ୍ତମାନ ସମୟ ଆସିଛି ସେମାନଙ୍କ ପାଇଁ ସହାୟତାର ହାତ ବଢାଇବା ’ । ଏହି ପୋଷ୍ଟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟ୍ୟାଗ କରିଛନ୍ତି ।

ଅସଲମ୍ ଶୈଖଙ୍କ ଟ୍ବିଟ ପରେ ସଞ୍ଜୟ ଟ୍ବିଟ କରିଥିଲେ । ଏହାପୂର୍ବରୁ ସେ ମୁମ୍ବାଇ 1000 ପରିବାରକୁ ଖାଇବାର ବ୍ୟବସ୍ଥା କରି ଚର୍ଚ୍ଚାରେ ଆସିଥିଲେ । ସେ କହିଛନ୍ତି, ‘ଆମେ ଏକ ବିଶ୍ବ ସ୍ତରୀୟ ସଙ୍କଟ ଦେଇ ଗତି କରୁଛୁ ଓ ଏହି ସମୟରେ ସମସ୍ତେ ପରସ୍ପର ସହ ଠିଆ ହେବା ଉଚିତ । ଏହି ପରିସ୍ଥିତିରୁ ବାହାରିବା ପାଇଁ ଚେଷ୍ଟା କରିବା ଉଚିତ୍। ମୁଁ ସୌଭାଗ୍ୟବଶତଃ ସେହି ସ୍ଥିତିରେ ଅଛି ଯେଉଁଠାରେ ମୁଁ ମୋର ସମର୍ଥନ ବଢାଇ ପାରିବି ଓ ଲୋକଙ୍କୁ ସାହାଯ୍ୟ କରିପାରିବି ’।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.