ETV Bharat / sitara

କ୍ୟାନ୍ସରକୁ ହରାଇଲେ ସଞ୍ଜୁ ବାବା, ସେୟାର କଲେ ଅନୁଭୂତି

author img

By

Published : Oct 21, 2020, 4:34 PM IST

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସର ଯୁଦ୍ଧରେ ଜିତିଛନ୍ତି । ସଞ୍ଜୟ ନିଜେ ଟ୍ବିଟ କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

Sanjay Dutt 'happy to come out victorious' from cancer battle
କ୍ୟାନ୍ସରକୁ ହରାଇଲ ସଞ୍ଜୁ ବାବା, ସେୟାର କଲେ ଅନୁଭୂତି

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସର ଯୁଦ୍ଧରେ ଜିତିଛନ୍ତି । ଦୀପାବଳି ପୂର୍ବରୁ ସଞ୍ଜୟଙ୍କ ଏହି ଖବର ଶୁଣି ପ୍ରଶଂସକମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ସଞ୍ଜୟ ନିଜେ ଟ୍ବିଟ କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଏହି କଷ୍ଟ ସମୟରେ ତାଙ୍କ ସହ ଛିଡା ହୋଇଥିବା ତାଙ୍କ ପରିବାର, ବନ୍ଧୁ ଏବଂ ସମସ୍ତ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ସଞ୍ଜୟ ଲେଖିଛନ୍ତି, "ଗତ କିଛି ସପ୍ତାହ ମୋର ଏବଂ ମୋର ପରିବାର ପାଇଁ ବହୁତ କଷ୍ଟସାଧ୍ୟର ସମୟ ଥିଲା । ଯେପରି କୁହାଯାଏ ଯେ, ବଳବାନ ଯୋଦ୍ଧାମାନଙ୍କୁ ଭଗବାନ କଠିନ ଯୁଦ୍ଧ ଦିଅନ୍ତି । ଏହି ସୁସ୍ଥତା ପଛରେ ମୋର ପରିବାରର ଏବଂ ସେମାନଙ୍କର ସମୃଦ୍ଧତା ଅଛି । "

ତୁମ ସମସ୍ତଙ୍କ ସମର୍ଥନ ବିନା ଏହା ସମ୍ଭବ ହୋଇନଥାନ୍ତା । ମୁଁ ମୋ ପରିବାର, ବନ୍ଧୁ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ଏହି କଠିନ ସମୟରେ ମୋ ପାଖରେ ଶକ୍ତି ହୋଇ ଛିଡ଼ା ହୋଇଥିଲେ । ତୁମେମାନେ ମୋତେ ଦେଇଥିବା ଭଲପାଇବା, ଦୟା ଏବଂ ଅପାର ଆଶୀର୍ବାଦ ପାଇଁ ଧନ୍ୟବାଦ " ।

ସଞ୍ଜୟ ଆହୁରି ଲେଖିଛନ୍ତି, "ଗତ କିଛି ସପ୍ତାହ ମଧ୍ୟରେ ମୋର ଯତ୍ନ ନେଉଥିବା ଡାକ୍ତର ଏବଂ ତାଙ୍କ ଟିମ, ନର୍ସ ଏବଂ କୋକିଲାବେନ୍ ହସ୍ପିଟାଲର ଅନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ମୁଁ ବିଶେଷ ଧନ୍ୟବାଦ ଜଣାଉଛି ।

ପ୍ରକାଶ ଥାଉ ଯେ, ନିକଟରେ ସଞ୍ଜୟଙ୍କ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଯାହାପରେ ସଞ୍ଜୟ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.