ETV Bharat / sitara

ଡ୍ରେସ୍‌ ପାଇଁ ଟ୍ରୋଲ ହେଲେ ସାମନ୍ଥା - କ୍ରିଟିକ୍ସ ଚଏସ ଆଓ୍ବାର୍ଡ

ପୋଷାକ ଷ୍ଟାଇଲକୁ ନେଇ ଏବେ ଚର୍ଚ୍ଚାରେ ସାମନ୍ଥା । ମୁମ୍ବାଇରେ Critics Choice Awards ର ଚତୁର୍ଥ ସଂସ୍କରଣରେ ସାମନ୍ଥା ଗ୍ରୀନ ଗାଉନରେ ନଜର ଆସିଥିଲେ । ତାଙ୍କର ପୋଷାକ ଷ୍ଟାଇଲକୁ ଦେଖିବା ପରେ ନେଟିଜେନ୍ସ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଅଧିକ ପଢନ୍ତୁ

ଡ୍ରେସ୍‌ ପାଇଁ ଟ୍ରୋଲ ହେଲେ ସାମନ୍ଥା ରୁଥ ପ୍ରଭୁ

author img

By

Published : Mar 11, 2022, 1:53 PM IST

ହାଇଦ୍ରାବାଦ: ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର' ପୁଷ୍ପା'ରେ ଆଇଟମ୍ ନମ୍ବର 'ଓ ଅନ୍ତାୱା'ର ଫେମ୍‌ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ପୁଣି ଥରେ ଚର୍ଚ୍ଚାରେ । ସାମନ୍ଥା ନିକଟରେ ମୁମ୍ବାଇରେ ଚତୁର୍ଥ 'Critics Choice Awards'ରେ ଯୋଗ ଦେଇଥିଲେ । ଏହି ଇଭେଣ୍ଟରେ ସାମନ୍ଥା ତାଙ୍କ ପୋଷାକ ଷ୍ଟାଇଲକୁ ନେଇ ଚର୍ଚ୍ଚାକୁ ଆସିଯାଇଛନ୍ତି । ଏଥିସହିତ ନେଟିଜେନ୍ସ ତାଙ୍କ ପୋଷାକ ହେତୁ ଅଭିନେତ୍ରୀଙ୍କୁ ଜୋରରେ ଟ୍ରୋଲ କରୁଛନ୍ତି।

ସାମନ୍ଥା ରୁଥ ପ୍ରଭୁ
ସାମନ୍ଥା ରୁଥ ପ୍ରଭୁ

ମାର୍ଚ୍ଚ 10 ତାରିଖ ମୁମ୍ବାଇରେ 'Critics Choice Awards'ର ଚତୁର୍ଥ ସଂସ୍କରଣରେ ସାମନ୍ଥା green wrap gown ରେ ନଜର ଆସିଥିଲେ । ଅଭିନେତ୍ରୀ ଆସେସୋରିଜକୁ ଛାଡି ନ୍ୟୁଡ-ଟୋନ୍ଡ ମେକଅପ୍ ଏବଂ ମେସୀ ପନିଟେଲ କରିଥିଲେ । ସେ ରେଡ କାର୍ପେଟରେ ଓ୍ବାକ କରିବା ସହିତ ବହୁତ ସୁନ୍ଦର ଦେଖାଯାଉଥିଲେ ।

ଏ କ'ଣ ପିନ୍ଧିଛନ୍ତି ମ୍ୟାଡାମ୍ ?

ସାମନ୍ଥା ରୁଥ ପ୍ରଭୁ
ସାମନ୍ଥା ରୁଥ ପ୍ରଭୁ

ଯେତେବେଳେ ସୋସିଆଲ ମିଡିଆରେ ଏହି ଘଟଣାର ଝଲକ ଆସିଲା, ସେତେବେଳେ ନେଟିଜେନ୍ସ ଆଖି ସାମନ୍ଥାଙ୍କ ରେଡ କାର୍ପେଟ ଲୁକକୁ ଯାଇଥିଲା । ଟ୍ରୋଲର୍ସ ବି ଆଉ ରହିପାରିଲେ ନାହିଁ ଏବଂ ତାଙ୍କ ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଦେଲେ ।

ସାମନ୍ଥା ରୁଥ ପ୍ରଭୁ
ସାମନ୍ଥା ରୁଥ ପ୍ରଭୁ

ଆଉ ଜଣେ ୟୁଜର ଲେଖିଛନ୍ତି, 'ଏତେ କପଡା ପଛରେ ଲଗାଇଛନ୍ତି, ଭଲହୋଇଥାନ୍ତା ଏହାକୁ ଆଗରେ ଲଗାଇଥାନ୍ତେ' ।

ଆଉ ଜଣେ ଥଟ୍ଟା କରି କହିଛନ୍ତି, 'ମୋ ଘରର ପରଦା ମିଳିଗଲା' । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଲାଗୁଛି ଘରୁ ଶୀଘ୍ର ବାହାରିବା ସମୟରେ ବେଡରୁମର ବେଡସିଟ୍ ଘୋଡାଇ ହୋଇଯାଇଛନ୍ତି।'

ସାମନ୍ଥା ଫେରାଇଲେ ଜେଜେ ଶାଶୁଙ୍କ ଶାଢୀ

ନିକଟରେ ଏକ ଆଲୋଚନା ହୋଇଥିଲା ଯେ ସାମନ୍ଥା ପୂର୍ବତନ ସ୍ବାମୀ ତଥା ଦକ୍ଷିଣ ଅଭିନେତା ନାଗା ଚୈତନ୍ୟଙ୍କ ଜେଜେମାଆଙ୍କ ଶାଢୀକୁ ଫେରାଇ ଦେଇଛନ୍ତି। ଏହା କୁହାଯାଉଥିଲା ଯେ ଛାଡପତ୍ର ପରେ ସାମନ୍ତ ନାଗା ଚୈତନ୍ୟ ଏବଂ ତାଙ୍କ ପରିବାରର କୌଣସି ଜିନିଷ ନିଜ ପାଖରେ ରଖିବାକୁ ଚାହୁଁନାହାଁନ୍ତି । ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ ସାମନ୍ଥା ତାଙ୍କ ଆଗାମୀ ଚଳଚ୍ଚିତ୍ର ଶକୁନ୍ତଲମରେ ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.