ହାଇଦ୍ରାବାଦ: ବାହୁବଳୀଙ୍କ ଫିଲ୍ମ ‘ସାହୋ’ ଖୁବ ଶୀଘ୍ର ପରଦା ଉପରକୁ ଆସିବ । ତେବେ ଫିଲ୍ମ ସମ୍ପର୍କିତ ଏକ ଖବର ସାମ୍ନାକୁ ଆସିଛି । ଫିଲ୍ମରେ ସଲମାନଙ୍କୁ ଗେଷ୍ଟ ଆପିଅରାନ୍ସରେ ଦେଖିବାକୁ ମିଳିପାରେ । ଏଥିପାଇଁ ଫିଲ୍ମ ନିର୍ମାତା ସଲମାନଙ୍କୁ ଆପ୍ରୋଚ କରିଛନ୍ତି ।
ଫିଲ୍ମର ସୁଟିଂ ପାଖାପାଖି ସରିବା ସହ ଏହାର ପୋଷ୍ଟର ଓ ରିଲିଜ ତାରିଖ ଘୋଷଣା ହୋଇସାରିଛି । ତେବେ ରିପୋର୍ଟ ମୁତାବକ, ଫିଲ୍ମରେ ନିଲ ନିତିନ ମୁକେଶଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ମିଳିବ ଓ ‘ସାହୋ’ରେ ସଲମାନଙ୍କୁ ସାମିଲ କରିବା ନେଇ ସେ ପରାମର୍ଶ ଦେଇଛନ୍ତି ।
ସଲମାନ ଓ ନିଲ ନିତିନଙ୍କୁ ‘ପ୍ରେମ ରତନ ଧନ ପାୟୋ’ରେ ଏକାଠି ଦେଖିବାକୁ ମିଳିଥିଲା । ତେବେ ସଲମାନ ନିଲଙ୍କ ଅତି ନିକଟତର ହୋଇଥିବାରୁ ‘ସାହୋ’ରେ ସଲମାନଙ୍କ ଆସିବା ଏକପ୍ରକାର ନିଶ୍ଚିତ ମାତ୍ର ଏନେଇ ସଲମାନ କୌଣସି ଉତ୍ତର ଦେଇନାହାଁନ୍ତି ।