ETV Bharat / sitara

ଫ୍ୟାନଙ୍କ ନିଆରା ପ୍ରେମ, ଗୋଡରେ ଆଙ୍କିଲେ ଭାଇଜାନଙ୍କ ଚିତ୍ର

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଜଣେ ଫ୍ୟାନଙ୍କ ସ୍ନେହ । ସଲମାନଙ୍କ ପେଣ୍ଟିଂ କରୁଥିବାର ନଜର ଆସୁଛନ୍ତି ଜଣେ ଦିବ୍ୟାଙ୍ଗ ଝିଅ । ଇନଷ୍ଟାଗ୍ରାମରେ ଭିଡିଓ ସେୟାର କଲେ ସଲମାନ ।

author img

By

Published : Jul 17, 2019, 2:38 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଭାଇଜାନ ସଲମାନ ଖାନ ସବୁବେଳେ ଏମିତି ଟ୍ୟାଲେଣ୍ଟକୁ ସାମ୍ନାକୁ ଆଣନ୍ତି, ଯିଏ ଦୁନିଆ ନଜରରୁ ବାଦ ପଡିଯାଆନ୍ତି । ଏବେ ଏମିତି ହିଁ ଟ୍ୟାଲେଣ୍ଟ ପୁଣିଥରେ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ସଲମାନ । ସେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ଜଣେ ଦିବ୍ୟାଙ୍ଗ ଝିଅର ନିଖୁଣ କଳା ଦେଖିବାକୁ ମିଳୁଛି । ସେ ନିଜ ଗୋଡରେ ସଲମାନଙ୍କ ଏକ ସୁନ୍ଦର ପେଣ୍ଟିଂ ତିଆରି କରିବାରେ ବ୍ୟସ୍ତ ନଜର ଆସୁଛନ୍ତି । ଭିଡିଓ ସେୟାର କରି ସେହି ଝିଅର ଖୁବ୍ ପ୍ରଶଂସା କରିଛନ୍ତି ଭାଇଜାନ ।

ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି, "ଭଗବାନ ଭଲରେ ରଖନ୍ତୁ , ତାଙ୍କ ପ୍ରେମର ଋଣ କେବେ ସୁଝିପାରିବି ନାହିଁ । କିନ୍ତୁ ତାଙ୍କ ପାଇଁ ପ୍ରାର୍ଥନା ନିହାତି କରିପାରିବି ।" ଏହି ଭିଡିଓ ଦେଖି ଜଣାପଡିଯାଉଛି ଯେ ସଲମାନଙ୍କ ଫ୍ୟାନ୍ସ ତାଙ୍କୁ କେତେ ସ୍ନେହ କରୁଛନ୍ତି । ହାତ ନଥିବା ସତ୍ତ୍ବେ ଗୋଡରେ ଆଙ୍କି ଦେଉଛନ୍ତି ତାଙ୍କ ପେଣ୍ଟିଂ ।

ପ୍ରକାଶ ଥାଉକି ସୋସିଆଲ ମିଡିଆରେ ସଲମାନ ଖୁବ୍ ଆକ୍ଟିଭ ରୁହନ୍ତି । ନିକଟରେ ସେ ବଟଲ କ୍ୟାପ ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ । ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାସହ ସେ ଫ୍ୟାନ୍ସଙ୍କୁ ପାଣି ସଞ୍ଚିତ କରି ରଖିବାକୁ ମଧ୍ୟ ପରାର୍ମଶ ଦେଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.