ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ଖୁବଶୀଘ୍ର ନିଜ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ସରଦାର ଅବତାରେ ନଜର ଆସିବେ। ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଦର୍ଶକ। ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସୁପରଷ୍ଟାର ସଲମାନ ଖାନ ମଧ୍ୟ ସରଦାର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଆଜ୍ଞା ହଁ, ସେ ନିଜ ଭିଣୋଇ ତଥା ଆୟୁଷ ଶର୍ମାଙ୍କ ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି। ଯାହା ଗ୍ୟାଙ୍ଗଷ୍ଟାର କାହାଣୀକୁ ନେଇ ଆଧାରିତ ହେବ।
ଖାଲି ଏତିକି ନୁହେଁ ସଲମାନ ଫିଲ୍ମରେ ନେଗେଟିଭ ରୋଲ ପ୍ଲେ କରିବେ। ସେହିପରି ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଅଭିରାଜ ମୀନା ୱାଲା। ଫିଲ୍ମ ରିଲିଜ ମଧ୍ୟ ଚଳିତ ବର୍ଷ ମେରେ ହେଉପାରେ। ନିଜ ରୋଲ ପାଇଁ ସଲମାନ ଦାଢି ବଢାଇବେ।
ଅନ୍ୟପଟେ ଆୟୁଷ ଫିଲ୍ମରେ ଜଣେ ନର୍ଥ ଇଣ୍ଡିଆନ ଗ୍ୟାଙ୍ଗଷ୍ଟାର ଭୂମିକାରେ ଦେଖାଯିବେ। ଯାହାପାଇଁ ସେ ଦୀର୍ଘ ସମୟରୁ ଶରୀରର ଉପରେ ଖୁବ୍ ପରିଶ୍ରମ କରୁଛନ୍ତି । ଶୁଣିବାକୁ ମିଳୁଛି ଯେ ଏହି ଫିଲ୍ମ ପାଇଁ ଲୁକ ଟେଷ୍ଟ ଆସନ୍ତା ସପ୍ତାହରେ ଆରମ୍ଭ ହେବ । ଶେଷଥର ସଲମାନ ଫିଲ୍ମ ‘ହିରୋଜ’ରେ ସରଦାର ଭୂମିକାରେ ଅଭିନୟ କରିଥିଲେ । ଯାହା 2008ରେ ରିଲିଜ ହୋଇଥିଲା ।