ETV Bharat / sitara

ଶୋ'କୁ ଫେରିବେ ସିଦ୍ଧୁ, ଚାହୁଁଛନ୍ତି ଭାଇଜାନ୍

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସପକ୍ଷରେ ବୟାନ ଦେଇଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ବିବାଦ ଘେରରେ ଆସିଯାଇଥିଲେ । ଏହାପରେ ତାଙ୍କୁ ଖୁବ୍ ଆଲୋଚନାର ଶିକାର ହେବାକୁ ପଡିଥିଲା । ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି ଯେ ସେ ପୁଣି କପିଲ ଶର୍ମା କମେଡି ଶୋକୁ ଫେରିବେ ।

ଫଟୋ ସୌଜନ୍ଯ: ଇନାଡୁ ଇଣ୍ଡିଆ
author img

By

Published : Mar 4, 2019, 3:42 PM IST

ମୁମ୍ବାଇ: ପୁଲୱାମା ଆକ୍ରମଣରେ ଦେଇଥିବା ପଞ୍ଜାବ ମନ୍ତ୍ରୀ ଓ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ବିବାଦୀୟ ବୟାନ ପରେ ତାଙ୍କ ବିଷୟରେ ସବୁ ମହଲରେ ଆଲୋଚନା ହୋଇଥିଲା । କଥା ଏତିକିରେ ଶାନ୍ତ ପଡିନଥିଲା । ଏହାପରେ ତାଙ୍କୁ କପିଲ ଶର୍ମା କମେଡି ଶୋରୁ ମଧ୍ୟ ବାହାର କରାଯାଇଥିଲା । ସୋସିଆଲ ମିଡିଆରେ ୟୁଜର୍ସ ସିଦ୍ଧୁଙ୍କୁ ଖୁବ୍ ଟ୍ରୋଲ କରିଥିଲେ । ବର୍ତ୍ତମାନ ଏକ ନୂଆ ଖବର ସାମ୍ନାକୁ ଆସିଛି । ଭାଇଜାନ୍ ସଲମାନ ଖାନ ଚାହୁଁଛନ୍ତି କି ସିଦ୍ଧୁ ଶୋରେ ଫେରନ୍ତୁ ବୋଲି ।

କପିଲ ଶର୍ମା ଶୋର ନିର୍ମାତା ସଲମାନ ଚାହୁଁଥିଲେ କି ଯେପର୍ଯ୍ୟନ୍ତ ମାମଲା ଶାନ୍ତ ନହୋଇଛି ସେ ପର୍ଯ୍ୟନ୍ତ ସିଦ୍ଧୁ ଶୋ ଠାରୁ ଦୂରେଇ ରହିବେ । ସେ ଆଦୌ ଚାହୁଁନଥିଲେ କି ସିଦ୍ଧୁ ଶୋରୁ ପୁରାପୁରି ବାହାରି ଯାଆନ୍ତି । ଖବର ଅନୁଯାୟୀ ଚ୍ୟାନେଲ ଏବଂ ସିଦ୍ଧୁଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା । ସେହିଠାରେ ସୋନି ଟିଭି ଏବଂ ସଲମାନ ମାମଲା ଶାନ୍ତ ହେବାର ଅପେକ୍ଷାରେ ଅଛନ୍ତି । ଯାହାପରେ ସେ ସିଦ୍ଧୁଙ୍କୁ ଦ୍ବିତୀୟଥର ଶୋକୁ ଆଣିପାରିବେ ।

ଏମିତିରେ ସଲମାନ ଶୋର ମୁଖ୍ୟ କଳାକାର ଓ କପିଲଙ୍କ ସହ ସୋନି ଟିଭିକୁ ପରାମର୍ଶ ଦେଇଛନ୍ତି କି ଏହି ପ୍ରସଙ୍ଗରେ ଆଦୌ ମୁହଁ ଖୋଲିବେ ନାହିଁ । ପ୍ରକାଶ ଥାଉକି ସିଦ୍ଧୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କର ଭଲ ବନ୍ଧୁ । ଖାଲି ଏତିକି ନୁହେଁ ସେ ଇମରାନଙ୍କ ଶପଥ ଗ୍ରହଣରେ ମଧ୍ୟ ସାମିଲ ହୋଇଥିଲେ । ଯାହା ପରଠାରୁ ସିଦ୍ଧୁ ଦେଶବାସୀଙ୍କ ଟାର୍ଗେଟରେ ଆସିଯାଇଥିଲେ । ସେହିଠାରେ ପୁଣି ସିଦ୍ଧୁ ପୁଲୱାମା ଆକ୍ରମଣରେ ପାକ୍ ସପକ୍ଷରେ ବୟାନ ଦେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ ।

undefined

ସ୍ଲଗ- ପୋଲ ଉଦ୍ଘାଟନ ବେଳେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ। ଉତ୍ତେଜନାକୁ ନିୟନ୍ତ୍ରଣ କଲା ପୋଲିସ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 2/03/2019
ଆଙ୍କର- ଜଳେଶ୍ବର ବ୍ଲକ ଗୁରୁଦାସ ପୁର  ସୁବର୍ଣ୍ଣ ରେଖା ସେତୁ  ଉଦଘାଟନ ବେଳେ  ବିଜେପି  କର୍ମୀ ମାନଙ୍କ ଦ୍ଵାରା  ଜୋରଦାର ବିରୋଧର ଶିକାର ହେଲେ ବାଲେଶ୍ବର ସାଂସଦ ରବିନ୍ଦ୍ର ଜେନା ଓ  ଜଳେଶ୍ବର ବିଧାୟକ ଅଶ୍ଵନି କୁମାର ପାତ୍ର ୲ ଏହାସହ ବିଜେପି ଓ  ବିଜେଡି  କର୍ମୀ ଙ୍କ ମଧ୍ୟରେ ଠେଲା ପେଲା ଲାଗିଥିବା ଦେଖିବାକୁ ମିଳିଥିଲା। ପୋଲିସ ବଳୟରେ  ଉଦଘାଟନ  ପରେ  ବିଜେପି  କର୍ମୀ ମାନେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲେ ୲ ମିଳିଥିବା ସୂଚନା ଅନୁସାରେ, ଆଜି  ସନ୍ଧ୍ୟା ରେ  ବାଲେଶ୍ବର  ସାଂସଦ ରବୀନ୍ଦ୍ର ଜେନା  ଓ  ଜଳେଶ୍ବର ବିଧାୟକ  ଅଶ୍ଵନି ପାତ୍ର  ଜଳେଶ୍ବର ଲକ୍ଷ୍ମଣନାଥ ପଂଚାୟତ ରେ ଥିବା  ସୁବର୍ଣ୍ଣ ରେଖା ନଦୀର ଗୁରୁଦାସପୁର ସେତୁକୁ ଉଦଘାଟନ ସମୟରେ  ଏପରି ଅଭାବନୀୟ ଘଟଣା ଘଟିଥିଲା। ବିଜେପି ତରଫ ରୁ  ଏହି ସେତୁ  ପୂର୍ବରୁ ଥରେ ଉଦଘାଟନ ହୋଇଥିବା ବେଳେ  ନିର୍ବାଚନ ପୂର୍ବରୁ  ବିଜେଡି  ଦଳର  ଏପରି  ଭେଳିକି କଣ ପାଇଁ  ବୋଲି  ପ୍ରଶ୍ନ କରି ବିରୋଧ କରାଯାଇଥିଲା।  ଉଭୟ ଦଳର  ଶତାଧିକ କର୍ମୀଙ୍କ  ଠେଲା ପେଲା ଓ ନାରାବାଜି ରେ  ପରିସ୍ଥିତି  ଅଶାନ୍ତ  ହୋଇ ପଡିଥିଲା। ଦୀର୍ଘ ସମୟ ଉତ୍ତେଜନା ପରେ ଜଳେଶ୍ବର ପୋଲିସ  ଘଟଣାସ୍ଥଳରେ  ପହଁଚି  ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ୲
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.