ETV Bharat / sitara

ଟ୍ରାଫିକ ନିୟମ ଭାଙ୍ଗି ଟ୍ରୋଲ ହେଲେ ସଲମାନ - helmet

ପୁଣି ଏମିତି କିଛି କାମ କରି ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ଭାଇଜାନ । ମୁମ୍ବାଇର ରାସ୍ତା ମଝିରେ ସାଇକେଲ ଚଲାଇ ଟ୍ରୋଲର୍ସଙ୍କ ଶିକାର ହେଲେ ସଲମାନ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Jun 28, 2019, 7:34 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍ ନିକଟରେ ନିଜର ଏକ ଭିଡିଓ ସେୟାର କରିଥିଲେ । ସେହି ଭିଡିଓରେ ସେ ମଝି ରାସ୍ତାରେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ସେହି ଭିଡିଓ ପାଇଁ ଭାଇଜାନ ହୋଇଛନ୍ତି ଟ୍ରୋଲର୍ସଙ୍କ ଶୀକାର । ଏହି ଭିଡିଓ ଦବଙ୍ଗ ଖାନଙ୍କ ଫ୍ୟାନ୍ସଙ୍କୁ କରିଛି ନାଖୁସ । ତେବେ ଏହି ଭିଡିଓରେ ସଲମାନ ବିନା ହେଲମେଟରେ ସାଇକେଲ ଚଲାଉଛନ୍ତି । ଯାହା ଫ୍ୟାନ୍ସଙ୍କୁ ହଜମ ହେଉନାହିଁ ।

ଏନେଇ ସୋସିଆଲ ମିଡିଆରେ କିଛି ୟୁର୍ଜସ ମୁମ୍ବାଇ ପୋଲିସକୁ ଟ୍ୟାଗ କରିବା ସହ ଲେଖିଛନ୍ତି, "ସଲମାନଙ୍କ ବିରୋଧରେ ଆକ୍ସନ ନିଆଯାଉ ।" ଅନ୍ୟପଟେ କିଛି ୟୁଜର୍ସ ଲେଖିଛନ୍ତି, "ମୁମ୍ବାଇ ପୋଲିସ ଦୟାକରି ଏହା ଦେଖନ୍ତୁ । ସଲାମନ ବିନା ହେଲମେଟରେ ରାଇଡ କରୁଛନ୍ତି ।"

ଏହାସହ ଆଉ ଜଣେ ୟୁଜର ଲେଖିଥିଲେ, "ସଲମାନ ମୁଁ ଆପଣଙ୍କ ବହୁତ ବଡ ଫ୍ୟାନ୍ । ମାତ୍ର ଆପଣଙ୍କ ଏଭଳି ଦାୟିତ୍ବହୀନ କାର୍ଯ୍ୟ ମୋତେ ଖୁବ୍ ଦୁଖିଃତ କରିଛି । କାହିଁକି ଆପଣ ଟ୍ରାଫିକରେ ବିପଦପୂର୍ଣ୍ଣ ରୂପେ ଡ୍ରାଇଭ କରିବାକୁ ପ୍ରମୋଟ କରୁଛନ୍ତି । ମଝି ରାସ୍ତାରେ ଏପରି ସାଇକେଲ ଚଲାଇବା କୌଣସି ମଧ୍ୟ ମଣିଷ ପାଇଁ ବିପଦ ଠାରୁ କମ ନୁହେଁ ।"

ସେହିଠାରେ ଆଉ ଜଣେ ଲେଖିଛନ୍ତି, "ଭାଇ ଏମିତି ଷ୍ଟଣ୍ଟ କରିବ ଯଦି ପୁଣି ଗୋଟିଏ ମାମଲା ଆପଣଙ୍କ ନାମରେ ରୁଜୁ ହେବ ।" ପ୍ରକାଶ ଥାଉକି ଭିଡିଓଟିକୁ ସେୟାର କରି ସଲମାନ ଲେଖିଥିଲେ କି ସମୟ ଉଡିଯାଉଛି ଆଉ ଜୀବନ ଖୁବ୍ ଶୀଘ୍ର ବିତିଯାଉଛି । ତେଣୁ ଏଥିପାଇଁ ଜୀବନର ପ୍ରଂଶସା କରିବା କଥା ।

Intro:Body:

wrwe

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.