ETV Bharat / sitara

ରମଜାନ ମାସରେ ଗରିବଙ୍କ ଆବଶ୍ୟକ ପୂରଣ କରୁଛନ୍ତି ଭାଇଜାନ - କୋଭିଡ-19 ବିରୋଧୀ ଲଢେଇ

ସବୁବେଳେ ନିଜ ମହାନତା ପାଇଁ ଜଣାଯାଉଥିବା ସଲମାନ ଖାନ ଲକଡାଉନରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : May 22, 2020, 12:55 AM IST

ମୁମ୍ବାଇ: କୋଭିଡ-19 ବିରୋଧରେ ଦେଶରେ ଚାଲିଥିବା ଲଢେଇରେ ଅନେକ ସେଲିବ୍ରିଟି ସହଯୋଗ କରିସାରିଲେଣି । କିଛି ସେଲିବ୍ରିଟି ଦାନ କରି ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ ଆଉ କିଛି ଗରିବ ଲୋକଙ୍କୁ ଆବଶ୍ୟକ ଜିନିଷ ପହଞ୍ଚାଇବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଭାଇଜାନ ସଲମାନ ଖାନ ।

ସେ ସାମାଜିକ ଦୂରତାର ପାଳନ କରିବା ଏବଂ ସାହାଯ୍ୟ କରିବା, ପରାର୍ମଶ ଦେବା ସହ ସଚେତନା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ଯାହା ତାଙ୍କ ଦ୍ବାରା ସମ୍ଭବ ତାହା ସେ କରୁଛନ୍ତି । ଅଲ ଇଣ୍ଡିଆ ସ୍ପେଶାଲ ଆର୍ଟିଷ୍ଟସ ଆସୋସିଏସନ ସହ ସମ୍ପୃକ୍ତ ଥିବା ମଜୁରିଆଙ୍କୁ ସାହାଯ୍ୟ କରିବା ସହ 32 ହଜାର ଦୈନିକ ବେତନ ଭୋଗି ଶ୍ରମିକଙ୍କୁ ସହାୟତା ପ୍ରଦାନ କରିସାରିଛନ୍ତି । ସେ ସବୁ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି । ଆଉ ଲୋକଙ୍କ ଆବଶ୍ୟକ ପୂରଣ କରୁଛନ୍ତି ।

ପ୍ରକାଶ ଥାଉକି ରମଜାନ ମାସ ପାଇଁ ସଲମାନ ଅଧିକ ଦାନ କରୁଛନ୍ତି । କାରଣ ଏହି ପବିତ୍ର ମାସରେ ଯିଏ ଯେତିକି ପାରନ୍ତି ଦାନ କରନ୍ତି । ଗରିବ ଲୋକଙ୍କ ଇଦକୁ ଶାନଦାର କରିବାକୁ ବର୍ତ୍ତମାନ ଚେଷ୍ଟା ଚଳାଇଛନ୍ତି ସଲମାନ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.