ETV Bharat / sitara

ଡିସେମ୍ବର 20ରେ ‘ଦବଙ୍ଗ 3’

ଚାରୋଟି ଭାଷାରେ ଡିସେମ୍ବର 20ରେ ରିଲିଜ ହେବ ସଲମାନଙ୍କ ‘ଦବଙ୍ଗ 3’ । ସୋସିଆଲ ମିଡିଆରେ ହେଲା ଘୋଷଣା ।

author img

By

Published : Aug 21, 2019, 7:59 PM IST

ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ

ମୁମ୍ବାଇ: ବଲିଉଡର ଦବଙ୍ଗ ବୟ ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’ ଦେଖିବାକୁ ବ୍ୟାକୁଳ ଫ୍ୟାନ୍ସ । ବର୍ତ୍ତମାନ ଫିଲ୍ମର ସୁଟିଂ ଜୋରସୋରରେ ଚାଲିଛି । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଏକ ଗୁଡନ୍ୟୁଜ ସାମ୍ନାକୁ ଆସିଛି । ଯାହା ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ । ଖୁବଶୀଘ୍ର ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜ୍ଞା ହଁ, ଘୋଷଣା ହୋଇଯାଇଛି ଫିଲ୍ମର ରିଲିଜ ତାରିଖ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ

ବୁଧବାର ସଲମାନ ଟ୍ବିଟରରେ ଫିଲ୍ମ ରିଲିଜ ତାରିଖ ଘୋଷଣା କରି ଏହା ସୂଚନା ଦେଇଛନ୍ତି ଯେ ହିନ୍ଦୀ ବ୍ୟତୀତ ‘ଦବଙ୍ଗ 3’ କନ୍ନଡ, ତେଲୁଗୁ, ତାମିଲରେ ମଧ୍ୟ ରିଲିଜ ହେବ । ସେ ଫିଲ୍ମ ନିର୍ଦ୍ଦେଶକ ତଥା ସାଉଥ ସୁପରଷ୍ଟାର ପ୍ରଭୁଦେବାଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଚୁଲବୁଲ ପାଣ୍ଡେ 20 ଡିସେମ୍ବରରେ ଆପଣଙ୍କ ପାଖକୁ ହିନ୍ଦୀ, କନ୍ନଡ, ତାମିଲ ଏବଂ ତେଲୁଗୁରେ ଆସିବେ’ । ପ୍ରଥମଥର କୌଣସି ବଲିଉଡ ଫିଲ୍ମ କନ୍ନଡ ଭାଷାରେ ରିଲିଜ ହେବାକୁ ଯାଉଛି ।

ଅନ୍ୟପଟେ ଫିଲ୍ମ କ୍ରିଟିକ ଏବଂ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ମଧ୍ୟ ଟ୍ବିଟରେ ଫିଲ୍ମ ରିଲିଜ ତାରିଖ ଘୋଷଣା କରିଛନ୍ତି । ଯଦି ‘ଦବଙ୍ଗ 3’ ବିଷୟରେ କଥା ହେବା ତେବେ ଫିଲ୍ମଟି ଦୁଇଟି ଭାଗରେ ଦେଖିବାକୁ ମିଳିବ । ଗୋଟିଏ ପାର୍ଟରେ ଚୁଲବୁଲ ପାଣ୍ଡେର ବର୍ତ୍ତମାନ ଜୀବନ କାହାଣୀ ଦେଖିବା ମିଳିବା ବେଳେ ଆଉ ଗୋଟିଏରେ ତାଙ୍କ ଅତୀତ ବିଷୟରେ ଦେଖିବାକୁ ପାଇବେ ଫ୍ୟାନ୍ସ ।

ପ୍ରକାଶ ଥାଉକି ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା, ଅରବାଜ ଖାନ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । ସେହିପରି ସାଉଥର ଫେମସ ଅଭିନେତା ସୁଦୀପ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ । ଖାଲି ଏତିକି ନୁହେଁ ‘ଦବଙ୍ଗ 3’ରେ ଟିନୁ ଆନନ୍ଦ, ପଙ୍କଜ ତ୍ରିପାଠୀ, ନୱାଜ ଶାହ, ମହେଶ ମାଞ୍ଜେରକର ମଧ୍ୟ ଜବରଦସ୍ତ ଅଭିନୟ କରୁଥିବାର ଦେଖାଯିବେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.