ETV Bharat / sitara

ରିଲିଜ ହେଲା ‘ଦବଙ୍ଗ 3’ର ପ୍ରଥମ ଗୀତ ‘ନୈନା ଲଡ଼େ’

author img

By

Published : Nov 8, 2019, 2:49 AM IST

ଡିସେମ୍ବର 20ରେ ରିଲିଜ ହେବ ଦବଙ୍ଗ ବୟ ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ । ଏହାପୂର୍ବରୁ ରିଲିଜ ହୋଇଥିବା ଟ୍ରେଲର ସୋସିଆଲ ମିଡିଆରେ ସୁପରହିଟ୍ ହୋଇସାରିଛି । ଆଉ ଏବେ ଫିଲ୍ମର ପ୍ରଥମ ଟ୍ରାକ ‘ନୈନା ଲଡ଼େ’ର ଅଡିଓ ରିଲିଜ ହୋଇଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ଯାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’କୁ ଚାଲିଛି ଜୋରଦାର ଚର୍ଚ୍ଚା । ନିକଟରେ ରିଲିଜ ହୋଇଥିବା ଫିଲ୍ମର ଦମଦାର ଟ୍ରେଲର ଦେଖି ଦର୍ଶକ ଫିଲ୍ମ ଦେଖିବାକୁ ବ୍ୟାକୁଳ । ଫିଲ୍ମଟି ଆସନ୍ତା ମାସ 20ରେ ରିଲିଜ ହେବାକୁ ଯାଉଛି। ଇତିମଧ୍ୟରେ ମେକର୍ସ ଫିଲ୍ମର ନୂଆ ଗୀତ ରିଲିଜ କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ।

‘ଦବଙ୍ଗ 3’ର ପ୍ରଥମ ଗୀତ ‘ନୈନା ଲଡ଼େ’ ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଛାଇଯାଇଛି । ଏଯାବତ 2 ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ଶୁଣି ସାରିଲେଣି । ଏହି ରୋମାଣ୍ଟିକ ଗୀତଟିକୁ ଗାଇଛନ୍ତି ଜାଭେଦ ଅଲ୍ଲୀ । ସେହିପରି ଏହି ଗୀତରେ ମ୍ୟୁଜିକର ତଡକା ଲଗାଇଛନ୍ତି ସାଜିଦ-ୱାଜିଦ । ଗୀତର ଲିରିକ୍ସ ଦାନିଶ ସାବରୀ ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ବର୍ତ୍ତମାନ ଫିଲ୍ମର ଏହି ଗୀତଟିକୁ ଅଡିଓରେ ରିଲିଜ କରାଯାଇଛି । ଗୀତ ଶୁଣି ସାରିବା ପରେ ଦର୍ଶକ ସଲମାନଙ୍କ ରୋମାଣ୍ଟିକ ଅନ୍ଦାଜ ଭିଡିଓରେ ଦେଖିବାକୁ ଅନାଇବସିଛନ୍ତି । ପ୍ରକାଶ ଥାଉକି ଏଥର ସଲମାନ ପାକିସ୍ତାନୀ ସିଙ୍ଗର ରାହତ ଫତେହ ଅଲ୍ଲୀ ଖାନଙ୍କୁ ନିଜ ଫିଲ୍ମରୁ ରିପ୍ଲେସ କରିଛନ୍ତି । ଫିଲ୍ମର ପୂର୍ବ ଦୁଇ ଭାଗରେ ରାହତ ଟାଇଟଲ ଟ୍ରାକ ଗାଇଥିଲେ । କୁହାଯାଉଛି ଯେ ଭାରତ-ପାକିସ୍ତାନରେ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ମେକର୍ସ ପାକିସ୍ତାନୀ ସିଙ୍ଗରଙ୍କ ଉପରେ ବ୍ୟାନ ଲଗାଇଛନ୍ତି । ପୂର୍ବରୁ ଏହି ଗୀତ ପାଇଁ ସଲମାନ, ରାହତଙ୍କୁ ସାଇନ କରାଇନେଇଥିଲେ । କିନ୍ତୁ ଭାରତ-ପାକ ସମସ୍ୟା ପରେ ରାହତଙ୍କୁ ରିପ୍ଲେସ କରି ଜାଭେଦଙ୍କୁ ସାଇନ କରାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.