ETV Bharat / sitara

ଦବଙ୍ଗ ମେକର୍ସଙ୍କୁ ବଡ ଝଟକା, ଅନଲାଇନରେ ଫିଲ୍ମ ଲିକ

author img

By

Published : Dec 21, 2019, 5:48 PM IST

ରିଲିଜର ଗୋଟିଏ ଦିନ ମଧ୍ୟରେ ଅନଲାଇନ ଦେଖିବାକୁ ମିଳୁଛି ସଲମାଲ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’। ନିରାଶ ହେଲେ ମେକର୍ସ।

dabangg 3
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ 3’ ଶୁକ୍ରବାର ରିଲିଜ ହୋଇଯାଇଛି। ଏହି ଫିଲ୍ମକୁ ନେଇ ସଲମାନ ସହ ମେକର୍ସଙ୍କୁ ଯେତେ ଆଶା ଥିଲା, ତାହାଠୁ ଅଧିକ ଦର୍ଶକଙ୍କର ଥିଲା । ହେଲେ ରିଲିଜର ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ସ୍ବପ୍ନକୁ ସାକାର କରିପାରିଲାନି ଏହି ଫିଲ୍ମ। କିଛି ଦର୍ଶକଙ୍କୁ ଫିଲ୍ମ ପସନ୍ଦ ଆସିଥିବା ବେଳେ ଆଉ କିଛିକୁ ଆସିନାହିଁ। ଯାହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି।

ଏବେ ମେକର୍ସଙ୍କୁ ବଡ ଝଟକା ମିଳିଛି । କାରଣ ‘ଦବଙ୍ଗ 3’ ଅନଲାଇନ ଲିକ ହୋଇଯାଇଛି। ଯାହାକୁ ନେଇ ଚିନ୍ତାରେ ମେକର୍ସ। ଫିଲ୍ମଟି ବର୍ତ୍ତମାନ ତାମିଲରକର୍ସ ୱେବସାଇଟରେ ଲିକ କରାଯାଇଛି । ଏହି କାରଣ ମଧ୍ୟ ଫିଲ୍ମର ଆୟ ଉପରେ ପ୍ରଭାବ ପକାଇପାରେ। ସେମତି ଦେଖିବାକୁ ଗଲେ ପୂର୍ବରୁ ସିଏଏ ବିବାଦକୁ ନେଇ ଫିଲ୍ମ ଆୟ ଉପରେ ପ୍ରଭାବ ପଡିବାର ଆଶଙ୍କା ଥିଲା। ଆଉ ଏବେ ଫିଲ୍ମ ଲିକ ହେବା ମଧ୍ୟ ଅନ୍ୟତମ କାରଣ ସାଜିଛି। ଏହି ଦୁଇ କାରଣ ପାଇଁ ମେକର୍ସଙ୍କୁ ବଡ ଧରଣର କ୍ଷତି ସହିବାକୁ ମଧ୍ୟ ପଡିବ।

ପ୍ରକାଶ ଥାଉକି ‘ଦବଙ୍ଗ 3’କୁ ଦେଖିବାକୁ ଦୀର୍ଘସମୟରୁ ଅପେକ୍ଷା କରିବସିଥିଲେ ଦର୍ଶକ। ହେଲେ ଫିଲ୍ମ ଦେଖି ନିରାଶ ହୋଇଯାଇଛନ୍ତି ପ୍ରଶଂସକ। ସୋସିଆଲ ମିଡିଆରେ ଫିଲ୍ମକୁ ନେଇ କମେଣ୍ଟ ମଧ୍ୟ କରୁଛନ୍ତି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.