ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ 'ସଲମାନ ଖାନ' ନାମକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିବାକୁ ଯାଉଛନ୍ତି । ଏହି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ସଲମାନ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ତାଙ୍କର କିଛି ସ୍ମୃତି ବିଷୟରେ ପ୍ରଂଶସକମାନଙ୍କୁ ଜଣାଇବେ । ଯଦ୍ବାରା ପ୍ରଂଶସକମାନେ ସଲମାନଙ୍କ ବିଷୟରେ ବହୁତ କିଛି ଜାଣିପାରିବେ ।
ଏହାସହ ସଲମାନ କୋଭିଡ-19 ବିଷୟରେ ମଧ୍ୟ ଲୋକମାନଙ୍କୁ ଜାଗ୍ରତ କରାଇବେ । ନିକଟରେ, ସଲମାନ 1989 ବ୍ଲକବଷ୍ଟର ଚଳଚ୍ଚିତ୍ର ମେନେ ପ୍ୟାର କିୟାର ଏକ ସିନକୁ ରିକ୍ରିଏଟ କରି କୋରୋନା ଭାଇରସର ଟ୍ୱିଷ୍ଟ କରିଥିଲେ, ଯାହା ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ