ମୁମ୍ବାଇ: ଗୁରୁବାର ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ । ଇଦରେ ଫିଲ୍ମ ରିଲିଜ କରି ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଛନ୍ତି ଭାଇଜାନ । ସେପଟେ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଥିବା ବେଳେ ମେକର୍ସଙ୍କୁ ଲଗିଲା ବଡ ଝଟକା । କାରଣ ରିଲିଜର କିଛି ଘଣ୍ଟା ମଧ୍ୟରେ ଅନଲାଇନ ଲିକ୍ ହୋଇଛି ଏହି ଫିଲ୍ମ । ଯାହାକୁ ନେଇ ଚିନ୍ତିତ ମେକର୍ସ ।
ସେହିପରି ଫିଲ୍ମ ରିଲିଜ ପୂର୍ବରୁ ସଲମାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଅନୁରୋଧ କରିଥିଲେ ଫିଲ୍ମକୁ ଲିକ୍ ନକରିବା ପାଇଁ । ଏହାସହ ସେ ‘ନୋ ପାଇରେସି ପ୍ଲିଜ’ର ଶବ୍ଦ ବ୍ୟବହାର କରିଥିଲେ । ଏହା ସତ୍ତ୍ବେ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ ହୋଇଛି ତାଙ୍କ ଫିଲ୍ମ ।
ପ୍ରକାଶ ଥାଉକି କୁଖ୍ୟାତ ୱେବ ସାଇଟ ତାମିଲରକର୍ସରେ ‘ରାଧେ’ର ଏଚଡି ପ୍ରିଣ୍ଟ ଲିକ କରାଯାଇଛି । ଫିଲ୍ମର ପାଇରେଡେଟ ଭର୍ସନ ଅନେକ ୱେବସାଇଟରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ସହଜରେ ଦର୍ଶକ ତାମିଲରକର୍ସରୁ ଫିଲ୍ମର ଏଚଡି ପ୍ରିଣ୍ଟ ଡାଉନଲୋଡ କରିପାରିବେ ।