ହାଇଦ୍ରାବାଦ: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ବଲିଉଡରେ ଧମାଲ କରିବା ପରେ ଏବେ ସଲମାନ ଖାନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଧୁମ ମଚାଇବାକୁ ପ୍ରସ୍ତୁତ ଅଛନ୍ତି। ବାସ୍ତବରେ, ସଲମାନ ଖାନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଚିରଞ୍ଜୀବୀଙ୍କ ଆଗାମୀ ଚଳଚ୍ଚିତ୍ର 'ଗଡଫାଦର'ରୁ ଦକ୍ଷିଣ ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି । ଚିରଞ୍ଜୀବୀ ସଲମାନ ଖାନଙ୍କୁ ଫିଲ୍ମ 'ଗଡଫାଦର'ରେ ଅଭିନୟ କରିବାକୁ ସ୍ୱାଗତ କରିଛନ୍ତି। ଚିରଞ୍ଜୀବୀ ଏକ ଟୁଇଟ୍ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି।
-
Welcome aboard #Godfather ,
— Chiranjeevi Konidela (@KChiruTweets) March 16, 2022 " class="align-text-top noRightClick twitterSection" data="
Bhai @BeingSalmanKhan ! Your entry has energized everyone & the excitement has gone to next level. Sharing screen with you is an absolute joy. Your presence will no doubt give that magical #KICK to the audience.@jayam_mohanraja @AlwaysRamCharan pic.twitter.com/kMT59x1ZZq
">Welcome aboard #Godfather ,
— Chiranjeevi Konidela (@KChiruTweets) March 16, 2022
Bhai @BeingSalmanKhan ! Your entry has energized everyone & the excitement has gone to next level. Sharing screen with you is an absolute joy. Your presence will no doubt give that magical #KICK to the audience.@jayam_mohanraja @AlwaysRamCharan pic.twitter.com/kMT59x1ZZqWelcome aboard #Godfather ,
— Chiranjeevi Konidela (@KChiruTweets) March 16, 2022
Bhai @BeingSalmanKhan ! Your entry has energized everyone & the excitement has gone to next level. Sharing screen with you is an absolute joy. Your presence will no doubt give that magical #KICK to the audience.@jayam_mohanraja @AlwaysRamCharan pic.twitter.com/kMT59x1ZZq
ମୋହନ ରାଜା ଫିଲ୍ମ 'ଗଡଫାଦର'ର ନିର୍ଦ୍ଦେଶନା ଦେଉଛନ୍ତି। 'ଗଡଫାଦର' ହେଉଛି ସୁପରହିଟ୍ ମାଲାୟାଲମ୍ ଚଳଚ୍ଚିତ୍ର 'ଲୁସିଫର୍'ର ତେଲୁଗୁ ରିମେକ୍ । ପୂର୍ବରୁ ଖବର ଆସିଥିଲା ଯେ ସଲମାନ ଖାନ ବନ୍ଧୁ ଚିରଞ୍ଜୀବୀଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଡଫାଦର'ରେ ଏକ କ୍ୟାମୋ କରିବେ। ବୁଧବାର (ମାର୍ଚ୍ଚ 16), ଚିରଞ୍ଜୀବୀ ଏହି ଖବରରେ ମୋହର ମାରିଛନ୍ତି । ଚିରଞ୍ଜୀବୀ ଫିଲ୍ମ 'ଗଡଫାଦର'ରେ ସଲମାନ ଖାନଙ୍କୁ ସ୍ୱାଗତ କରି ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟରେ ଅଭିନେତା ସଲମାନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।
ଚିରଞ୍ଜୀବୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, 'ଗଡଫାଦରରେ ଆସିବା ପାଇଁ ଆପଣଙ୍କୁ ସ୍ବାଗତ ଭାଇ, ଆପଣଙ୍କ ଆଗମନରେ ଚଳଚ୍ଚିତ୍ରରେ ଯୋଶ୍ ଭରିଯିବ ଏବଂ ମୁଁ କହିପାରିବି ନାହିଁ ମୁଁ କେତେ ଉତ୍ସାହିତ ଅଛି, ଆପଣଙ୍କ ସହିତ ସ୍କ୍ରିନ୍ ସେୟାର କରିବା ପ୍ରକୃତରେ ମଜାଦାର ଅଟେ’।
'ଲୁସିଫର୍' (2019) ରୁ ମାଲାୟାଲମ୍ ଅଭିନେତା ପୃଥୀରାଜ ସୁକୁମାରନ୍ ନିର୍ଦ୍ଦେଶନାରେ ଚଳଚ୍ଚିତ୍ରଟି ଏକ ସୁପରହିଟ୍ ବୋଲି ପ୍ରମାଣିତ ହୋଇଥିଲା । ଚଳଚ୍ଚିତ୍ର 'ଲୁସିଫର୍'ରେ ମୋହନଲାଲ, ବିବେକ ଓବରୋଇ ଏବଂ ମଞ୍ଜୁ ୱାରିଅର୍ ମୁଖ୍ୟ ଭୂମିକାରେ ଥିଲେ । ଏଥିସହିତ ପୃଥୀରାଜ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଏକ କ୍ୟାମୋ କରିଥିଲେ। ଏଭଳି ପରିସ୍ଥିତିରେ ଫିଲ୍ମ 'ଗଡଫାଦର'ରେ ସଲମାନ ଖାନଙ୍କ ଭୂମିକା ମଧ୍ୟ ସମାନ ଥିବ ବୋଲି କୁହାଯାଉଛି ।
ଏହା ବି ପଢନ୍ତୁ: ଇଦ୍ ପୂର୍ବରୁ ଅଜୟ ଦେବଗନଙ୍କ Runway 34ର ଟିଜର ସେୟାର କଲେ ସଲମାନ
ଚିରଞ୍ଜୀବୀଙ୍କ ଅଭିନୀତ ଚଳଚ୍ଚିତ୍ର' ଗଡଫାଦର 'ଏକ ରାଜନୈତିକ ଆକ୍ସନ୍ ଥ୍ରୀଲର ଫିଲ୍ମ । ଏହି ଚଳଚ୍ଚିତ୍ରଟି କୋନିଡେଲା ପ୍ରଡକ୍ସନ୍ କମ୍ପାନୀ, ଜୟମ୍ କମ୍ପାନୀ ଏବଂ NVR ସିନେମା LLP ଦ୍ୱାରା ମିଳିତ ଭାବରେ ନିର୍ମିତ । ଚିରଞ୍ଜୀବୀ ଏବଂ ସଲମାନ ଖାନଙ୍କ ବ୍ୟତୀତ ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ନୟନ୍ତରା ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ। କୁହାଯାଉଛି ଯେ ଚିରଞ୍ଜୀବୀଙ୍କ ପୁଅ ରାମଚରଣ, 'ବାହୁବଲୀ' ଫେମ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଏବଂ ଶ୍ରୁତି ହାସନ ମଧ୍ୟ ଏହି ଫିଲ୍ମରେ କେମୋ କରୁଥିବା ଦେଖିବାକୁ ମିଳିବ। ପ୍ରଶଂସକମାନେ ଫିଲ୍ମର ଘୋଷଣାକୁ ଅପେକ୍ଷା କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ