ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ 3’ ସୁଟିଂରେ ବ୍ୟସ୍ତ । ଏହାସହ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଇନଶାଲ୍ହା’ ଛାଡିବା ପାଇଁ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଫିଲ୍ମ ଗସିପ ଠାରୁ ଦୂର ତାଙ୍କ ଘରକୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଉତ୍ସାହିତ ପୁରା ପରିବାର ।
ଆଜ୍ଞା ହଁ, ସଲମାନ ଖୁବଶୀଘ୍ର ପୁଣିଥରେ ମାମୁଁ ହେବାକୁ ଯାଉଛନ୍ତି । ତାଙ୍କ ଭଉଣୀ ଅର୍ପିତା ଓ ତାଙ୍କ ସ୍ବାମୀ ତଥା ଅଭିନେତା ଆୟୁଷ ଶର୍ମା ଦ୍ବିତୀୟଥର ମାତା-ପିତା ହେବେ । ଏହି ଖୁସି ଖବର ସୂଚନା ଆୟୁଷ ଆଇଫା ଆୱାର୍ଡ 2019 ରେଡ କାର୍ପେଟରେ ମିଡିଆକୁ ଦେଇଥିଲେ ।
ତାଙ୍କ ଅନୁଯାୟୀ ସବୁବେଳେ ନୂଆ ଅତିଥି ଆସିବାର ଖୁସି ଉତ୍ସାହିତ ଭରା ହୋଇଥାଏ । ଅର୍ପିତା ଆଉ ସେ ଦ୍ବିତୀୟଥର ପିତା-ମାତା ହେବାକୁ ଯାଉଛନ୍ତି । ଆମ ଦୁଇଜଣଙ୍କ ବିବାହ ଯାତ୍ରା ଖୁବ୍ ଶାନଦାର ଚାଲିଛି । ଆଉ ଏମିତିରେ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ନେଇ ଖୁବ୍ ଉତ୍ସାହିତ ଦୁଇଜଣ ବୋଲି କହିଥିଲେ ଆୟୁଷ ।
ପ୍ରକାଶ ଥାଉକି ଆୟୁଷ ଓ ଅର୍ପିତା 2014 ନଭେମ୍ବର 18ରେ ବିବାହ କରିଥିଲେ । 2016ରେ ଏହି କପଲ ବେବି ବଏର ପିତା-ମାତା ସାଜିଥିଲେ ।