ETV Bharat / sitara

ଚାବୁକରେ ନିଜକୁ ପିଟିଲେ ସଲମାନ, ଦେଖନ୍ତୁ ଭିଡିଓ... - ଭାଇଜାନ

ସୋସିଆଲ ମିଡିଆରେ ପୁଣି ସଲମାନଙ୍କ ଚର୍ଚ୍ଚା । ଏଥର ଚାବୁକରେ ନିଜକୁ ମାରିବାରେ ଲାଗିଛନ୍ତି ଭାଇଜାନ । ଭାଇରାଲ ହେଲା ଭିଡିଓ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Aug 31, 2019, 10:18 PM IST

ମୁମ୍ବାଇ: ଶନିବାର ସଲମାନ ଖାନଙ୍କ ‘ଦବଙ୍ଗ 3’ ସେଟରୁ ଏକ ଆକ୍ସନ ସିନ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଚୁଲବୁଲ ପାଣ୍ଡେ ଭୂମିକାରେ ଫାଇଟ କରୁଥିବାର ନଜର ଆସିଥିଲେ ସଲମାନ । ଅନ୍ୟପଟେ ସେ ଫିଲ୍ମ ସୁଟିଂ ପାଇଁ ରାଜସ୍ଥାନରେ ଅନେକ ସ୍ଥାନରେ ବୁଲି ସେଠାକାର ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରି ତାଙ୍କ ସଂସ୍କୃତି ଜାଣିବାକୁ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି ।

ଖାଲି ଏତିକି ନୁହେଁ ସଲମାନ ଲୋକଙ୍କ ସହ ସେଲ୍ଫି ଏବଂ ଫଟୋ ଉଠାଉଥିବାର ମଧ୍ୟ ଦେଖାଯାଉଛନ୍ତି । କିନ୍ତୁ ଏଥର ସଲମାନ ଖାନ କିଛି ଆଶ୍ଚର୍ଯ୍ୟଜନ କାର୍ଯ୍ୟ କରିଛନ୍ତି । ଯାହା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଫ୍ୟାନ୍ସ ।

କଥାଟି ହେଲା, କି ଲୋକଙ୍କ ସହ ସାକ୍ଷାତ କରୁଥିବା ସମୟରେ ସଲମାନ ଏକ ଗୋଷ୍ଠୀ ସହ ସାକ୍ଷାତ କରିଥିଲେ । ଯେଉଁଥିରେ ସେହି ଗୋଷ୍ଠୀର ଜଣେ ବ୍ୟକ୍ତି ଲୋକଙ୍କ ସାମ୍ନାରେ ନିଜକୁ ଚାବୁକ ମାରି ପ୍ରଦର୍ଶନ କରୁଥିଲେ । ଯାହା ଦେଖି ସଲମାନ ମଧ୍ୟ ନିଜକୁ ଆଉ ରୋକି ପାରିନଥିଲେ । ସେହି ବ୍ୟକ୍ତି ଜଣଙ୍କ ହାତରୁ ଚାବୁକ ଆଣି ନିଜ ପିଠିରେ ଜୋରଦାର ମାରିବାରେ ଲାଗିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ଭିଡିଓଟିକୁ ସେୟାର କରି ସଲମାନ ଲେଖିଛନ୍ତି, ‘ଯନ୍ତ୍ରଣା ଅନୁଭବ କରିବା ଏବଂ ବାଣ୍ଟିବାରେ ଖୁସି ମିଳିଥାଏ । ପିଲା ମାନେ ଦୟା କରି ଏହାକୁ ନିଜ ଉପରେ କିମ୍ବା କାହା ଉପରେ ଅବଲମ୍ବନ କରନ୍ତୁ ନାହିଁ ।’

Intro:Body:

BLANK FOR GALLERY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.