ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଫ୍ରେଣ୍ଡ ୟୁଲିୟା ବେନ୍ତୁରଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ସେ ଖୁବଶୀଘ୍ର ୱେବ ସିରିଜ ସୋକୁ ହୋଷ୍ଟ କରୁଥିବାର ନଜର ଆସିବେ । ତାଙ୍କୁ ଏକ ପ୍ରଡକ୍ସନ ହାଉସ ନିଜର ଆଗାମୀ ସୋ ହୋଷ୍ଟ କରିବାକୁ ଅଫର ଦେଇଛନ୍ତି । ଏହା ଏକ ଚାର୍ଟ ସୋ ହେବ। ସଲମାନଙ୍କ ପାଇଁ ଏହି ସୋ ତାଙ୍କୁ ଅଫର ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ୟୁଲିୟା ଫେମସ ଅଭିନେତାଙ୍କ ସହ କଥାବାର୍ତ୍ତା କରିବେ । ଆଉ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସମସ୍ତଙ୍କୁ ଜଣାଇବେ । ଶୁଣିବାକୁ ମିଳୁଛି ଯେ ଏହି ସୋର ସବୁ ଏପିସୋଡ ଭିନ୍ନ ଭିନ୍ନ କଳାକାରଙ୍କ ନାମରେ ହେବ ।
ବର୍ତ୍ତମାନ ଅତିଥି ହୋଇ ଶୋରେ ଯୋଗ ଦେବାକୁ ଯାଉଥିବା ଦର୍ଶକ ଓ କଳାକାରଙ୍କ ସୂଚୀ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି ପ୍ରଡକ୍ସନ ହାଉସ । ସବୁଠାରୁ ମୁଖ୍ୟ କଥା ହେଲା ଯେ ଏହି ସୋର ପ୍ରଥମ ଏପିସୋଡ ସଲମାନଙ୍କଠୁ ଆରମ୍ଭ ହେବ । ପୁରା ଟିମ ତାଙ୍କ ସହ ସୋ ଆରମ୍ଭ କରିବାକୁ ନେଇ ଉତ୍ସାହିତ ।
ପ୍ରକାଶ ଥାଉକି ବର୍ତ୍ତମାନ କୋରୋନା ଭାଇରସ ତାଣ୍ଡବ ପାଇଁ ସବୁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି । ଟିଭି ସୋଠୁ ନେଇ ଫିଲ୍ମର ସୁଟିଂ, ରିଲିଜକୁ ଏବେ ବନ୍ଦ ରଖାଯାଇଛି । ପରିସ୍ଥିତି ସ୍ବଭାବିକ ହେଲା ପରେ ଏହି ସୋର ସୁଟିଂ ଆରମ୍ଭ କରିବେ ମେକର୍ସ ।