ETV Bharat / sitara

ବଲିଉଡ ଫିଲ୍ମକୁ ନେଇ ଭାଇଜାନଙ୍କ ପ୍ରତିକ୍ରିୟା

ବଲିଉଡ ଫିଲ୍ମକୁ ନେଇ ପ୍ରଥମଥର ନିଜ ପ୍ରତିକ୍ରିୟା ରଖିଲେ ସଲମାନ ଖାନ । ଫିଲ୍ମରୁ କେବେ ନାୟକବାଦ ମରିବ ନାହିଁ ବୋଲି କହି ଚର୍ଚ୍ଚାରେ ସେ ।

author img

By

Published : Dec 26, 2019, 7:10 PM IST

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ବି-ଟାଉନର ଦବଙ୍ଗ ବୟ ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’ ଗତ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମକୁ ନେଇ ଯେତିକି ଆଶାବାଦୀ ଥିଲେ ମେକର୍ସ, ଦର୍ଶକଙ୍କୁ ସେତିକି ନିରାଶ କରିଛି ଫିଲ୍ମ । ଫିଲ୍ମ ଉପରେ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଇତିମଧ୍ୟରେ ସଲମାନଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତାଙ୍କ ଅନୁଯାୟୀ ଫିଲ୍ମରେ ନାୟକବାଦ କେବେ ଶେଷ ହେବନାହିଁ ।

ତାଙ୍କ ଅନୁଯାୟୀ ପ୍ରଶଂସକ ଯେବେ ସିନେମାଘରକୁ ଯିବେ, ନିହାତି ଖୁସି ହୋଇ ବାହାରିବେ । ଫିଲ୍ମର ନିର୍ମାଣ କରିବାର ତାଙ୍କର ଏପରି ଫଣ୍ଡା । ତାଙ୍କୁ ଲାଗୁନାହିଁ ଯେ ନାୟକବାଦ କେବେ ମରିବ । କେବେ ଏମିତି ଲାଗିବ ଯେ ହିରୋକୁ ଖୁବ୍ ବଢେଇ ଚଢେଇ ପର୍ଯ୍ୟବେଶିତ କରାଯାଉଛି । ତେବେ ଆପଣ ଏହାର ନିୟନ୍ତ୍ରିତ କରିବାକୁ ଚେଷ୍ଟା କରନ୍ତି, ଠିକ ସନ୍ତୁଳନ ଆଣିବା ବହୁତ କଷ୍ଟଦାୟକ ।

ଏହି ମାମଲାରେ ସେ ଭାଗ୍ୟଶାଳୀ ଯେ ସେ ଏପରି ଫିଲ୍ମ ନିର୍ମାଣ କରିପାରୁଛନ୍ତି । ସେ ନିଜେ ଫିଲ୍ମର ବଡ ପ୍ରଶଂସକ । ତାଙ୍କ ସମୟରେ ସେ ଫିଲ୍ମର ପୋଷ୍ଟର ଦେଖି ସ୍ଥିର କରୁଥିଲେ ଯେ ଫିଲ୍ମ ଦେଖିବେ କି ନାହିଁ । ଆଜି ଆମ ପାଖରେ ଟ୍ରେଲର ଅଛି । ଆଉ ଦର୍ଶକଙ୍କୁ ଟ୍ରେଲର ପସନ୍ଦ ଆସିଲା ପରେ ହିଁ ଫିଲ୍ମ ଦେଖିବାକୁ ମନେ କରନ୍ତି । ସେ ଯେବେ ଫିଲ୍ମ ଦେଖି ସିନେମାଘରୁ ବାହରକୁ ଆସୁଥିଲେ, ତେବେ ସେ ସେହି ହିରୋ ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି ସଲମାନ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.