ମୁମ୍ବାଇ: ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ 53 ବର୍ଷରେ ପାଦ ଦେଲେଣି । କିନ୍ତୁ ଏହି ବୟସରେ ସେ ଆଜିର ଯୁବ ପିଢିଙ୍କୁ ଫିଟନେସ ମାମଲାରେ ପଛରେ ପକାଇଦେବେ । 53 ବର୍ଷରେ ସେ ଖୁବ୍ ଫିଟ୍ ଏବଂ ୟଙ୍ଗ ନଜର ଆସୁଛନ୍ତି । ଫିଲ୍ମରେ ତାଙ୍କ ଲୁକ ଏବଂ ଷ୍ଟାଇଲକୁ ଦର୍ଶକ ଫଲୋ କରୁଥିବା ବେଳେ ତାଙ୍କ ଫିଟନେସର ଦିୱାନ ମଧ୍ୟ କମ ନାହାଁନ୍ତି । ସଲମାନ ବଲିଉଡର ଓରିଜନାଲ ବଡି ବିଲ୍ଡର ରୂପେ ମଧ୍ୟ ଫେମସ । ଫିଲ୍ମରେ ସୁପରଫିଟ୍ ହିରୋର ଟ୍ରେଣ୍ଡ ଅଭିନେତା ସଞ୍ଜୟ ଦତ୍ତ ଓ ସଲମାନ ହିଁ ଆରମ୍ଭ କରିଥିଲେ । ତେଣୁ ସଲମାନ ବେଶୀ ସମୟ ନିଜ ହେଲ୍ଥ ଓ ଫିଟନେସର ପୁରା ଧ୍ୟାନ ରଖିଥାଆନ୍ତି ।
ନିଜ ଫିଟନେସଙ୍କୁ ମେଣ୍ଟେନ ରଖିବା ପାଇଁ ସଲମାନ ସବୁବେଳେ ୱାର୍କଆଉଟ କରନ୍ତି । ସେ ବିନା କୌଣସି ବ୍ରେକରେ 2ରୁ 3 ଘଣ୍ଟା ଜିମରେ ବ୍ୟସ୍ତ ରୁହନ୍ତି । ଏକ୍ସରସାଇଜରେ ସେ ହ୍ବେଟ ଟ୍ରେନିଂ ଏବଂ କାର୍ଡିୟୋ ଏକ୍ସରସାଇଜ ସବୁବେଳେ କରନ୍ତି । ସଲମାନ ଏକ ସାକ୍ଷାତକାରରେ କହିଥିଲେ କି ମସଲ ବିଲ୍ଡିଂ ବ୍ୟତୀତ କାର୍ଡିୟୋ ଉପରେ ଅଧିକ ଧ୍ୟାନ ଦିଅନ୍ତି ସେ । କାରଣ ଏହି ବୟସରେ ଶରୀରକୁ ଆକ୍ଟିଭ ରଖିବା ଏକ ଚ୍ୟାଲେଞ୍ଜ ହୋଇଥାଏ ।
ତାଙ୍କ ପସନ୍ଦର ଏକ୍ସରସାଇଜ ବିଷୟରେ ଯଦି କଥା ହେବା ସେ ରନିଂ ସହ ସାଇକେଲ ଚଲାଇବାକୁ ଖୁବ୍ ପସନ୍ଦ କରନ୍ତି । ତାଙ୍କ ଦିନ ଆରମ୍ଭ ଫଳ ଜାତୀୟ ଖାଦ୍ୟ ଖାଇବା ସହ ଏକ୍ସରସାଇଜରୁ ହିଁ ଆରମ୍ଭ ହୋଇଥାଏ । ମନୀଷ ଅଡୱିଲକର, ସଲମାନଙ୍କ ଜିମ ଟ୍ରେନର । ସେ ମଧ୍ୟ କହିଛନ୍ତି କି ସଲମାନ ନିଜ କସରତରେ କେବେ ମଧ୍ୟ କମ୍ପ୍ରୋମାଇଜ କରନ୍ତି ନାହିଁ ।
ଦବଙ୍ଗ ବୟ ସ୍ପାଇସୀ ଏବଂ ଇଟାଲିୟାନ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରନ୍ତି, କିନ୍ତୁ ନିଜକୁ ଫିଟ ରଖିବା ପାଇଁ ସେ ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତି । ସେ ଜଙ୍କ ଫୁଡ୍ ଖାଦ୍ୟ ମଧ୍ୟ ଖାଆନ୍ତି ନାହିଁ । ଯଦି କେବେ ତାଙ୍କୁ ମସଲା ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ସେ ଘର ତିଆରି ଖାଦ୍ୟ ଖାଆନ୍ତି ।
ସଲମାନ ଏକ୍ସରସାଇଜ ପରେ ବାଦାମ, ଓଟ୍ସ ଏବଂ ତିନୋଟି ଅଣ୍ଡାର ଧଳା ଅଂଶ ଖାଇବା ସହ ପ୍ରୋଟିନ ଖାଆନ୍ତି । ଏହାସହ ସେ ଲୋ ଫ୍ୟାଟ କ୍ଷୀର ପିଇବାକୁ ପସନ୍ଦ କରନ୍ତି । ଫଳ ଏବଂ ସାଲଡ ସହ ସେ ଆମିଷରେ ଫ୍ରାଇଡ ଫିସ ଏବଂ ମଟନ ଖାଇବାକୁ ପସନ୍ଦ କରନ୍ତି ।