ETV Bharat / sitara

ନିଆରା ଅନ୍ଦାଜରେ ସଲମାନଙ୍କ ବଟଲ କ୍ୟାପ ଚ୍ୟାଲେଞ୍ଜ

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ସଲମାନଙ୍କ ଏକ ମଜାଦାର ଭିଡିଓ । ବଟଲ କ୍ୟାପ ଚ୍ୟାଲେଞ୍ଜ ଆପଣାଇ ଭିଡିଓ ସେୟାର କଲେ ସଲମାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
author img

By

Published : Jul 15, 2019, 10:58 AM IST

ମୁମ୍ବାଇ: କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରି ବୁଲୁଛି ବଟଲ କ୍ୟାପ ଚ୍ୟାଲେଞ୍ଜ । ଏହି ଚ୍ୟାଲେଞ୍ଜଙ୍କୁ ଛୋଟ ପରଦାରୁ ନେଇ ବଡ ପରଦାର ଅନେକ ଷ୍ଟାର୍ସ ଗ୍ରହଣ କରିସାରିଲେଣି । ଏବେ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ସମସ୍ତଙ୍କ ଫେଭରେଟ ଅଭିନେତା ତଥା ସୁପରଷ୍ଟାର ସଲମାନ ଖାନ । ଆଜ୍ଞା ହଁ, ସଲମାନ ଏହି ଚ୍ୟାଲେଞ୍ଜ ଭିଡିଓଟି ଖୁବ୍ ମଜାଦାର ହୋଇଛି । ଯାହା ବର୍ତ୍ତମାନ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦବଙ୍ଗ ବୟ ସଲମାନଙ୍କ ଅନ୍ଦାଜ ସମସ୍ତଙ୍କ ଠାରୁ ନିଆରା ଆଉ ସେ ନିଜ ବିନ୍ଦାସ ଅନ୍ଦାଜରେ ଏହି ଚ୍ୟାଲେଞ୍ଜକୁ ପୂରଣ କରିଛନ୍ତି । ଭିଡିଓଟିକୁ ସଲମାନ ଇନଷ୍ଟାଗ୍ରାମ
ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ସଲମାନ ଜିମରେ ଥିବାର ଦେଖାଯାଉଛନ୍ତି ।

ପ୍ରଥମେ ସେ ରାଉଣ୍ଡ କିକ ପାଇଁ ପୋଜ ନେଉଛନ୍ତି କିନ୍ତୁ ବୁଲିବା ପୂର୍ବରୁ ରହିଯାଉଛନ୍ତି । ଏହାପରେ ଆଉ କଣ ଥିଲା ସେ କିକ ପରିବର୍ତ୍ତେ ବଟଲ କ୍ୟାପକୁ ପାଟିରେ ପୁଙ୍କି ଉଡାଉଥିବାର ଦେଖାଯାଉଛନ୍ତି । ପରେ ବଟଲଟିକୁ ହାତରେ ନେଇ ପାଣି ପିଇବା ମଧ୍ୟ ଆରମ୍ଭ କରିଦେଇଛନ୍ତି । ଏହାସହ ସେ ପ୍ରଶଂସକଙ୍କୁ ପାଣି ସଞ୍ଚୟ କରିବାକୁ ମଧ୍ୟ ସନ୍ଦେଶ ଦେଇଛନ୍ତି ।

ଏହାକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ଡୋଣ୍ଟ ପକାଓ, ପାନି ବଚାଓ ।" ସଲମାନଙ୍କ ପୂର୍ବରୁ ଅନେକ ବଲିଉଡ ଷ୍ଟାର୍ସ ଏହି ଚ୍ୟାଲେଞ୍ଜ ଗ୍ରହଣ କରିସାରିଛନ୍ତି । ସର୍ବପ୍ରଥମେ ଖିଲାଡି ଅକ୍ଷୟ କୁମାର ଏହି ଚ୍ୟାଲେଞ୍ଜ ଗ୍ରହଣ କରିଥିଲେ ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.