ETV Bharat / sitara

ଜ୍ୟାକଲୀନଙ୍କ ସହ ସଲମାନଙ୍କ ‘ମୁନ୍ନି ବଦନାମ ହୁଇ’ ଡାନ୍ସ, ଭିଡିଓ ଭାଇରାଲ - ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲୀନ ଫର୍ଣ୍ଣାଡେଜ ଭିଡିଓ

ସୋସିଆଲ ମିଡିଆ ଭାଇରାଲ ହେଲା ସଲମାନଙ୍କ ନୂଆ ଡାନ୍ସ ଭିଡିଓ। ଏଥର ସେ ମଲାଇକା ଅରୋରାଙ୍କ ସହ ନୁହେଁ ଜ୍ୟାକଲୀନଙ୍କ ସହ ‘ମୁନ୍ନି ବଦନାମ’ ଗୀତରେ ନାଚିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ
author img

By

Published : Nov 10, 2019, 2:25 AM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ବହୁପ୍ରତିକ୍ଷିତ ଫିଲ୍ମ ‘ଦବଙ୍ଗ 3’କୁ ନେଇ ଚର୍ଚ୍ଚାରେ । ନିକଟରେ ମେକର୍ସ ଫିଲ୍ମର ଦମଦାର ଟ୍ରେଲର ରିଲିଜ କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି । ଫିଲ୍ମଟି ଆସନ୍ତା 20 ତାରିଖରେ ରିଲିଜ ହେବାକୁ ଯାଉଛି । ଇତିମଧ୍ୟରେ ସୋସିଆଲ ମିଡିଆରେ ସଲମାନ ଓ ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲୀନ ଫର୍ଣ୍ଣାଡିଜଙ୍କ ଏକ ଡାନ୍ସ ଭିଡିଓ ଚର୍ଚ୍ଚାରେ ଆସିଛି । ବର୍ତ୍ତମାନ ଏହି ଭିଡିଓକୁ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି ପ୍ରଶଂସକ ।

ଭିଡିଓରେ ସଲମାନ, ଜ୍ୟାକଲୀନ ଓ ଟିଭିର ପପୁଲାର ହୋଷ୍ଟ ମନୀଶ ପଲଙ୍କ ସହ ‘ଦବଙ୍ଗ’ର ଲୋକପ୍ରିୟ ଗୀତ ମୁନ୍ନି ବଦନାମ ହୁଇରେ ଜବରଦସ୍ତ ଡାନ୍ସ କରୁଥିବାର ଦେଖାଯାଉଛନ୍ତି। ଜ୍ୟାକଲୀନ ପିଙ୍କ କଲର ଡ୍ରେସ ପିନ୍ଧିଥିବା ବେଳେ ସଲମାନ ବ୍ଲାକ ଜ୍ୟାକେଟ ସହ ଡେନିମ ଜିନ୍ସ ପିନ୍ଧିବାର ନଜର ଆସୁଛନ୍ତି । ସେହିପରି ବ୍ଲାକ ଜିନ୍ସ ସହ ମନୀଶ ୱାନି କଲର ଜ୍ୟାକେଟ ପିନ୍ଧିଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡିଓକୁ ମନୀଶ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ପ୍ରକାଶ ଥାଉକି ‘ଦବଙ୍ଗ’ର ପପୁଲାର ଗୀତ ‘ମୁନ୍ନି ବଦନାମ ହୁଇ’ରେ ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରଙ୍କ ଜଲୱା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଶନିବାର ମଧ୍ୟ ଏହା ସମସ୍ତଙ୍କ ଫେଭରେଟ ଗୀତ ପରି ରହିଛି । ଯଦି ‘ଦବଙ୍ଗ 3’ ବିଷୟରେ କଥା ହେବା ତେବେ ପ୍ରଥମଥର ସାଉଥର ଲୋକପ୍ରିୟ ଅଭିନେତା କିଚ୍ଚା ସୁଦୀପ ଖଳନାୟକ ରୂପେ ନଜର ଆସିବେ। ଏଥର ସଲମାନଙ୍କ ଦମଦାର ଫାଇଟ ସୁଦୀପଙ୍କ ସହ ଦେଖିବାକୁ ମିଳିବ। ସେହିପରି ଫିଲ୍ମରେ ବି-ଟାଉନର ଫେମସ ନିର୍ମାତା ମହେଶ ମାଞ୍ଜେରକରଙ୍କ ଝିଅ ସାଇ ମାଞ୍ଜେରକର ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଫିଲ୍ମରେ ସଲମାନଙ୍କ ପ୍ରଥମ ପ୍ରେମିକା ରୂପେ ଅଭିନୟ କରୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.