ହାଇଦ୍ରାବାଦ: ଇଦରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଭାରତ’ । ରିଲିଜର ପୂର୍ବଦିନ ବଲିଉଡ ସେଲିବ୍ରିଟି ମାନଙ୍କ ପାଇଁ ମୁମ୍ବାଇରେ ରଖାଯାଇଥିଲା ସ୍ପେଶାଲ ସ୍କ୍ରିନିଂ । ତେବେ ଏହି ସମୟରେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡା ମାରିଛନ୍ତି ସଲମାନ ।
ସ୍କ୍ରିନିଂ ସାରି ଫେରିବା ସମୟରେ ସଲମାନଙ୍କ କୁନି ଫ୍ୟାନ ଜଣେ ତାଙ୍କୁ ଦେଖିବାକୁ ଓ ଫଟୋ ନେବା ପାଇଁ ଆସୁଥିଲା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ପିଲାଟିକୁ ଠେଲି ଦେଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହା ସଲମାନଙ୍କୁ ବିଲକୁଲ ପସନ୍ଦ ଆସିନଥିଲା ଓ ରାଗିକି ସେ ସାଙ୍ଗେସାଙ୍ଗେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡା ମାରିଥିଲେ ।
ତେବେ ସମସ୍ତେ ଜାଣନ୍ତି ସଲମାନ ଛୁଆମାନଙ୍କୁ ବହୁତ ଭଲ ପାଆନ୍ତି । ତେଣୁ ତାଙ୍କୁ ଏକଥା ଆଦୌ ସହ୍ୟ ହୋଇନଥିଲା । ପ୍ରକାଶ ଥାଉକି, ଇଦରେ ସବୁବେଳେ ଭାଇଜାନଙ୍କ କ୍ରେଜ ଦେଖିବାକୁ ମିଳେ । ‘ଟାଇଗର ଜିନ୍ଦା ହେ ’, ‘ସୁଲତାନ’, ‘ୱାଣ୍ଟେଡ’ ଭଳି ଫିଲ୍ମ ଇଦରେ 300କୋଟି ବ୍ୟବସାୟ କରିଥିବାର ଦେଖ।ଯାଇଛି । ତେବେ ଏଥରକ ‘ଭାରତ’କେତେ ବ୍ୟବସାୟ କରିବ ତାହା ଦେଖିବା ବାକି ରହିଲା ।