ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ‘ଇନଶାଆଲ୍ହା’ ଫିଲ୍ମ ଆସନ୍ତା ଇଦରେ ଦେଖିବାର ସ୍ବପ୍ନ ଦର୍ଶକଙ୍କ ନିକଟରେ ଭାଙ୍ଗିଯାଇଥିଲା ।
ଏହି ଫିଲ୍ମରେ ସଲମାନ ଖାନ ଓ ଆଲିୟା ଭଟ୍ଟଙ୍କ ଯୋଡି ପରଦାରେ ଦେଖିବାକୁ ଉତ୍ସାହିତ ଥିଲେ ଦର୍ଶକ । କିନ୍ତୁ ଦର୍ଶକଙ୍କ ଏହି ଏକ୍ସାଇଟମେଣ୍ଟ ଉପରେ ଫୁଲଷ୍ଟପ ଲଗାଇ ଦେଇଥିଲେ ମେକର୍ସ । କାରଣ ଫିଲ୍ମ ସୁଟିଂରେ କିଛି ବିଳମ୍ବକୁ ନେଇ ଫିଲ୍ମ ଆସନ୍ତା ବର୍ଷ ଇଦରେ ରିଲିଜ ହୋଇପାରିବ ନାହିଁ ବୋଲି ଶୁଣିବାକୁ ମିଳିଥିଲା ।
ଯେଉଁଠାରେ ଏହି ଖବର ଶୁଣି ସଲମାନଙ୍କ ଫ୍ୟାନ୍ସ ନିରାଶ ହୋଇଯାଇଥିଲେ । ସେହିଠାରେ ସଲମାନ ଏକ ଟ୍ବିଟ କରି ଫ୍ୟାନ୍ସଙ୍କୁ ପୁଣି ଖୁସ୍ କରି ଦେଇଥିଲେ । ତାଙ୍କ ଟ୍ବିଟରୁ ଦର୍ଶକ ଅନୁମାନ କରୁଥିଲେ କି ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘କିକ 2’ ଇଦରେ ରିଲିଜ ହେବ ବୋଲି । କିନ୍ତୁ ଇତିମଧ୍ୟରେ ପୁଣି ନୈରାଶଜନକ ଖବର ଫ୍ୟାନ୍ସଙ୍କ ମନ ଭାଙ୍ଗି ଦେଇଛି ।
ଆଜ୍ଞା ହଁ, ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିବା ଫିଲ୍ମ ନିର୍ମାତା ସାଜିଦ ନାଦିୟାଦୱାଲା ଫ୍ୟାନ୍ସଙ୍କୁ ଦୁଃଖ ଖବର ଶୁଣାଇଥିଲେ । ସେ କହିଥିଲେ କି ବର୍ତ୍ତମାନ ‘କିକ 2’ ଉପରେ ସେ କାମ କରୁଛନ୍ତି । କିନ୍ତୁ ତାଙ୍କ ପାଖରେ ଏବେ 8ରୁ 9 ଫିଲ୍ମ ଅଛି । ଯାହା ଉପରେ ସେ କାମ କରୁଛନ୍ତି । ଯାହାକୁ ଉପସ୍ଥାପନ କରିବା ପୂର୍ବରୁ କିଛି ଡାଇଲଗରେ ପରିବର୍ତ୍ତନ କରାଯିବ । ଆଉ ଯାହା ପାଇଁ ପାଖାପାଖି 3ରୁ 6 ମାସର ଆବଶ୍ୟକ ଅଛି । ତେଣୁ ତାଙ୍କୁ ଲାଗୁନି କି ଏବେ ‘କିକ 2’ ନିର୍ମାଣ କରିପାରିବେ ।
ସେ ଶୀଘ୍ର ‘କିକ 2’ର ଘୋଷଣା କରିବେ କିନ୍ତୁ ଆସନ୍ତା ବର୍ଷ ଇଦରେ ନୁହେଁ । ତାଙ୍କୁ କିଛି ଗ୍ୟାପ ଦରକାର ଫିଲ୍ମର ଡାଇଲଗକୁ ପୁଣିଥରେ ଲେଖିବାକୁ ବୋଲି କହିଥିଲେ ସାଜିଦ ।