ମୁମ୍ବାଇ: ବିଶିଷ୍ଟ ଅଭିନେତା ଦିଲୀପ କୁମାର ଦୀର୍ଘ ସମୟରୁ ଅସୁସ୍ଥ ରହିଆସୁଛନ୍ତି । ନିକକଟରେ ତାଙ୍କ ପିଠିର ଯାନ୍ତ୍ରଣା ଖୁବ୍ ବଢିଯାଇଥିଲା । ଯାହା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଏହି କଥାର ସୂଚନା ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ସାୟରା ବାନୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଦେଇଛନ୍ତି।
ସେ ଜଣାଇଛନ୍ତି ଯେ ଦିଲୀପଙ୍କୁ ଚିକିତ୍ସା ପାଇଁ ଲୀଲାବତି ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସା ପରେ ଜଣା ପଡିଥିଲା ଯେ ସେ ସୁସ୍ଥ ଅଛନ୍ତି । ଦିଲୀପଙ୍କ ଟ୍ବିଟର ଆକାଉଣ୍ଟରେ ସାୟରା ଏକ ଭିଡିଓ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି।
ଭିଡିଓରେ ସାୟରାଙ୍କ ସ୍ବର ଶୁଣିବାକୁ ମିଳୁଛି । ଆଉ ସେ ଦିଲୀପଙ୍କ ସ୍ବାସ୍ଥ୍ୟ ବିଷୟରେ କହୁଛନ୍ତି, ‘ମତେ ଆପଣଙ୍କୁ ଏହି କଥା ଜଣାଇିବାରେ ଖୁସି ଲାଗୁଛି ଯେ ଦିଲୀପ ସାହେବ ପୂର୍ବ ଅପେକ୍ଷା ଏବେ ସୁସ୍ଥ ଅଛନ୍ତି । ତାଙ୍କ ପିଠିରେ ସବୁବେଳେ ଯାନ୍ତ୍ରଣା ରହିଥାଏ । ଆମେ ତାଙ୍କୁ ଲୀଲାବତୀ ମେଡିକାଲ ନେଇ ଯାଇଥିଲୁ । ଏବେ ସେ ଘରକୁ ଫେରିଆସିଛନ୍ତି । ଭଗବାନଙ୍କ ଦୟା ଓ ଆପଣଙ୍କ ପ୍ରାର୍ଥନା ପାଇଁ ବର୍ତ୍ତମାନ ସବୁ କିଛି ଠିକ୍ ଅଛି। ଆପଣଙ୍କ ଋଣି ରହିବି।’ ଅନ୍ୟପଟେ ସାୟରାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ମଧ୍ୟ ପ୍ରତିକ୍ରିୟା ରଖି ନିଜ ନିଜ ପ୍ରେମ ଜାହିର କରିଛନ୍ତି।