ETV Bharat / sitara

କରୀନାଙ୍କୁ ନୁହେଁ ପୂର୍ବତନ ପତ୍ନୀଙ୍କୁ ସବୁ ଶ୍ରେୟ ଦେଲେ ସୈଫ - ସୈଫ ଅଲ୍ଲୀ ଖାନଙ୍କ ଥ୍ରିଲର,ଡ୍ରାମା ଫିଲ୍ମ ଲାଲ କପ୍ତାନ

ଏକ ସାକ୍ଷାତକାରରେ ଯୋଗ ଦେଇ ପ୍ରଥମ ପତ୍ନୀଙ୍କ ପ୍ରଶଂସା କରିଥିଲେ ସୈଫ ଅଲ୍ଲୀ ଖାନ । ନିଜ କାମର ଗମ୍ଭୀରତାକୁ ସେ ପ୍ରଥମ ପତ୍ନୀ ଅମୃତଙ୍କ ଠାରୁ ଶିଖିଛନ୍ତି ବୋଲି କହିଥିଲେ ସୈଫ ।

ଡିଜାଇନ ଫଟୋ
author img

By

Published : Nov 8, 2019, 2:52 AM IST

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ନିକଟରେ ଚର୍ଚ୍ଚିତ ଫିଲ୍ମ ‘ଲାଲ କପ୍ତାନ’ ରିଲିଜ ହୋଇଥିଲା । ଫିଲ୍ମରେ ତାଙ୍କ ନୂଆ ଅବତାର ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । ଏହାବ୍ୟତୀତ ସୈଫ ନେଟଫ୍ଲିକ୍ସ ୱେବ ସିରିଜ ‘ସାକ୍ରେଡ ଗେମ୍ସ’ରେ ଦମଦାର ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ଛାଇଯାଇଥିଲେ । ତାଙ୍କ ସରତାଜ ଭୂମିକା ତାଙ୍କୁ ପୁଣିଥରେ ଶାନଦାର ଅଭିନେତା ସାବ୍ୟସ୍ତ କରିଛି । କିନ୍ତୁ ଇତିମଧ୍ୟରେ ସେ ଏମିତି କଥା କହିଛନ୍ତି । ହୁଏତଃ ଏହା ଶୁଣି ତାଙ୍କ ଦ୍ବିତୀୟ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଟିକେ ଖରାପ ଲାଗିପାରେ ।

ଆଜ୍ଞା ହଁ, ସୈଫଙ୍କ ଅନୁଯାୟୀ ତାଙ୍କ ପୂର୍ବତନ ପତ୍ନୀ ନିଜ କାମକୁ କିପରି ଗମ୍ଭୀରତା ରୂପେ ନେବା ତାହା ଶିଖାଇଥିଲେ। ଏକ ସକ୍ଷାତକାରରେ ଯୋଗ ଦେଇ ଏହି କଥାର ଖୁଲାସା କରିଥିଲେ ସେ । ସୈଫ ନିଜ ଜୀବନର ଅନେକ ସଂଘର୍ଷମୟ କାହାଣୀ ମଧ୍ୟ କହିଥିଲେ। ଆଉ ନିଜ ସଫଳତାର ଶ୍ରେୟ ସେ ପୂର୍ବତନ ପତ୍ନୀ ତଥା ଅଭିନେତ୍ରୀ ଅମୃତା ସିଂଙ୍କୁ ଦେଇଥିଲେ ।

ସେ କହିଥିଲେ ମାତ୍ର 20 ବର୍ଷ ବୟସରେ ଘରୁ ପଳାଇ ଅମୃତାଙ୍କ ସହ ବିବାହ କରିଥିଲେ। ସେ ଅମୃତାଙ୍କୁ ନିଜ କ୍ୟାରିୟର ଗଢିବାର ଶ୍ରେୟ ଦେବାକୁ ଚାହିଁଛନ୍ତି। କାରଣ ଅମୃତା ହିଁ ତାଙ୍କୁ କେବଳ ନିଜ କାମକୁ ଗମ୍ଭୀରତା ରୂପେ ନେବାକୁ ଶିଖାଇଥିଲେ । ଅମୃତା ତାଙ୍କୁ କହିଥିଲେ ଯେ ତୁମେ ହସି ହସି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବ ନାହିଁ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଗୋଟିଏ ଉପାୟ ହେଲା ଗମ୍ଭୀରତାରେ ସବୁ ଜିନିଷକୁ ନେବା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.