ETV Bharat / sitara

ଅଘୋରୀ ଅବତାରରେ ସୈଫ, ଦେଖନ୍ତୁ ଭୟାନକ ଟିଜର

ରିଲିଜ ହେଲା ‘ଲାଲ କପ୍ତାନ’ର ଟିଜର । ମୁଖ୍ୟ ଭୂମିକାରେ ନଜର ଆସିଲେ ସୈଫ ଅଲ୍ଲୀ ଖାନ । ଅକ୍ଟୋବର 11ରେ ରିଲିଜ ହେବ ଫିଲ୍ମ ।

author img

By

Published : Aug 17, 2019, 6:46 AM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ କପ୍ତାନ’ ଦେଖିବାକୁ ଏକ୍ସାଇଟେଡ ଦର୍ଶକ । ଏହି ଫିଲ୍ମରେ ସୈଫଙ୍କ ଭିନ୍ନ ଅବତାର ପ୍ରଥମଥର ଦେଖିବେ ଦର୍ଶକ । ଇତିମଧ୍ୟରେ ଫିଲ୍ମଟି ରିଲିଜ ହେବାକୁ ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି । ଆଉ ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ରିଲିଜ ହୋଇଯାଇଛି ଫିଲ୍ମର ଦମଦାର ଟିଜର ।

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

36 ସେକେଣ୍ଡର ଟିଜରରେ ସୈଫଙ୍କ ଭୟାନକ ଲୁକ ଦେଖିବାକୁ ମିଳୁଛି । ସେ ଜଣେ ଅଘୋରି ବାବା ଅବତାରରେ ନଜର ଆସିଛନ୍ତି । ସେ ନେଟଫ୍ଲିକ୍ସର ପପୁଲାର ସିରିଜ ‘ସାକ୍ରେଡ ଗେମ୍ସ’ରେ ଶିଖ ପୋଲିସ ଅଫିସର ରୂପେ ଅଭିନୟ କରିବା ପରେ ଏବେ ସେ ‘ଲାଲ କପ୍ତାନର’ରେ ଅଘୋରି ବାବା ଅବତାର ଧାରଣ କରି ପରଦାକୁ ଫେରିବେ ।

ଟିଜର ରିଲିଜ ହେବା ସୂଚନା ଦର୍ଶକଙ୍କୁ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି । ସେ ଫିଲ୍ମର ଟିଜର ସେୟାର କରି ଫିଲ୍ମ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉକି ଫିଲ୍ମଟି ଆସନ୍ତା ଦଶହରା ଅବସରରେ ତଥା ଅକ୍ଟୋବର 11ରେ ରିଲିଜ ହେବାକୁ ଯାଉଛି । ଇରୋଜ ଇଣ୍ଟରନ୍ୟାସନାଲ ଏବଂ କଲର ୟଲୋ ପ୍ରଡକ୍ସନ ଦ୍ବାରା ନିର୍ମିତ ଏହି ଫିଲ୍ମକୁ ପ୍ରଥମେ ସେପ୍ଟେମ୍ବର 6ରେ ରିଲିଜ କରିବାକୁ ସ୍ଥିର କରିଥିଲେ ମେକର୍ସ । କିନ୍ତୁ କିଛି ସମସ୍ୟା ପାଇଁ ଫିଲ୍ମର ରିଲିଜ ତାରିଖ ବର୍ତ୍ତମାନ ପରିବର୍ତ୍ତନ କରିଦିଆଯାଇ ଅକ୍ଟୋବର 11 କରାଯାଇଛି ।

ସେହିପରି ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି ନଭଦୀପ ସିଂ । ସୈଫଙ୍କ ବ୍ୟତୀତ ଫିଲ୍ମରେ ଜୋୟା ହୁସୈନ, ଦୀପକ ଡୋବରିୟାଲ ଓ ମାନବ ଭିଜ ଭଲି କଳାକାର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Intro:Body:

fh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.