ETV Bharat / sitara

ରାମ ନୁହେଁ ରାବଣ ସାଜି ସଂହାର କରିବେ ସୈଫ ! - ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ଲାଲ କପ୍ତାନ

18ରେ ରିଲିଜ ହେବାକୁ ଥିବା ସୈଫଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ କପ୍ତାନ’ର ନୂଆ ପୋଷ୍ଟର ଆସିଯାଇଛି । ରାମ ନୁହେଁ ରାବଣ ସାଜି ଶତ୍ରୁ ସଂହାର କରିବେ ସୈଫ ।

ଫଟୋ ସୌଜନ୍ୟ: ଟ୍ବିଟର@ଆନନ୍ଦ ଏଲ ରାୟ
author img

By

Published : Oct 7, 2019, 3:17 PM IST

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଲାଲ କପ୍ତାନ’କୁ ନେଇ ଚର୍ଚ୍ଚାରେ । ଫିଲ୍ମର ଟ୍ରେଲରକୁ ତିନୋଟି ଭାଗରେ ରିଲିଜ କରାଯାଇଥିଲା । ଯାହାକୁ ଦେଖି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ଖୁବ୍ ବଢିଯାଇଛି । ବର୍ତ୍ତମାନ ବଡ ପରଦାରେ ଫିଲ୍ମ ଦେଖିବାକୁ ଅପେକ୍ଷା କରିବସିଛନ୍ତି ଫ୍ୟାନ୍ସ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଆନନ୍ଦ ଏଲ ରାୟ

ଦର୍ଶକଙ୍କ ଉତ୍ସାହ ଆହୁରି ବଢାଇବା ପାଇଁ ମେକର୍ସ ସୈଫଙ୍କ ନୂଆ ପୋଷ୍ଟର ଜାରି କରିଛନ୍ତି । ‘ଲାଲ କପ୍ତାନ’ରେ ନାଗା ସାଧୁ ସାଜିଥିବା ସୈଫ ପୋଷ୍ଟରରେ ରାବଣ ଅବତାରରେ ନଜର ଆସୁଛନ୍ତି । ମଥାରେ ଲାଲି ଟିକା ଏବଂ ଆଖିରେ ଗାଢ କଳା ଲଗାଇ ଦର୍ଶକଙ୍କ ହୋସ ଉଡାଇଛନ୍ତି ସୈଫ । ଖାଲିତି ଏତିକି ନୁହେଁ ରାବଣର ଦଶ ମସ୍ତିଷ୍କ ପରି ସୈଫଙ୍କ ମଧ୍ୟ ଦଶ ମସ୍ତିଷ୍କ ଦେଖିବାକୁ ମିଳୁଛି ।

ଏହି ଅବସରରେ ଲୋକପ୍ରିୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ହର ରାମ କା ଅପନା ରାବଣ, ହର ରାମ କା ଅପନା ଦଶହରା।’

ପ୍ରକାଶ ଥାଉକି ‘ଲାଲ କପ୍ତାନ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିର୍ଦ୍ଦେଶକ ନବଦୀପ ସିଂ । ଯିଏ ପୂର୍ବରୁ ଫିଲ୍ମ ‘ଏନଏଚ 10’ରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଲାଲ କପ୍ତାନ ଏମାସ 18ରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ସୈଫଙ୍କ ସହ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ମଧ୍ୟ ମିଷ୍ଟ୍ରି ୱିମେନ ଭୂମିକାରେ ନଜର ଆସିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.