ETV Bharat / sitara

ଅନଲାଇନ ମିଳିଲା ‘ଜୱାନୀ ଜାନେମନ’, କଲେକ୍ସନ ଉପରେ ପଡିବ ପ୍ରଭାବ - ଦୀପିକା ପାଦୁକୋନଙ୍କ ‘ଛପାକ’

ରିଲିଜର ଗୋଟିଏ ଦିନ ମଧ୍ୟରେ ଅନଲାଇନ ଲିକ ହେଲା ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଜୱାନୀ ଜାନେମନ’। ଯାହାକୁ ନେଇ ଚିନ୍ତାରେ ମେକର୍ସ ।

film
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Feb 1, 2020, 1:50 PM IST

ମୁମ୍ବାଇ: ଛୋଟେ ନୱାବ ସୈଫ ଅଲ୍ଲୀ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଜୱାନୀ ଜାନେମନ’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମରେ ପାର୍ଟି ମ୍ୟାନ ଅବତାରେ ଅଭିନୟ କରୁଛନ୍ତି ସୈଫ । ସେହିପରି ତାଙ୍କ ସହ ଫିଲ୍ମରେ ତବ୍ବୁ ଓ ପୂଜା ବେଦୀଙ୍କ ଝିଅ ଅଲିୟା ଫର୍ଣ୍ଣିଚରୱାଲା ନଜର ଆସୁଛନ୍ତି । ଅଲିୟାଙ୍କ ଏହା ଡେବ୍ୟୁ ଫିଲ୍ମ । ସେ ସୈଫଙ୍କ ଝିଅ ଅବତାରରେ ଅଭିନୟ କରୁଛନ୍ତି । ହେଲେ ଇତିମଧ୍ୟରେ ମେକର୍ସଙ୍କୁ ମିଳିଛି ବଡ ଝଟକା । କାରଣ ରିଲିଜର ଗୋଟିଏ ଦିନ ପରେ ଅନଲାଇନ ଲିକ ହୋଇଛି ଫିଲ୍ମ ।

କୁଖ୍ୟାତ ୱେବ ସାଇଟ ତାମିଲରକର୍ସରେ ଫିଲ୍ମର ଏଚଡି ପ୍ରିଣ୍ଟ ଲିକ କରାଯାଇଛି । ଫିଲ୍ମର ପାଇରେଡେଟ ଭର୍ସନ ଅନେକ ୱେବସାଇଟରେ ଦେଖିବାକୁ ମିଳୁଛି । ଏହି ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ମଧ୍ୟରୁ ସୈଫଙ୍କ ଏହି ଫିଲ୍ମ ବିଗ ଫିଲ୍ମ ଥିଲା । ଏବେ ଲିକ ହେବା ଯୋଗୁ ଫିଲ୍ମର ବକ୍ସ ଅଫିସ କଲେକ୍ସନ ଉପରେ ପଡିପାରେ ପ୍ରଭାବ ।

ବର୍ତ୍ତମାନ ସହଜରେ ଦର୍ଶକ ତାମିଲରକର୍ସରୁ ଫିଲ୍ମର ଏଚଡି ପ୍ରିଣ୍ଟ ଡାଉନଲୋଡ କରିପାରିବେ । ଏମିତି ପ୍ରଥମଥର ହୋଇନାହିଁ ଯେବେ କୌଣସି ଫିଲ୍ମ ଏହି ସାଇଟରେ ଲିକ କରାଯାଇଛି। ଏହାପୂର୍ବରୁ ଦୀପିକା ପାଦୁକୋନଙ୍କ ‘ଛପାକ’, ଅଜୟ ଦେବଗନଙ୍କ ‘ତାନାଜୀ’ ମଧ୍ୟ ଅନଲାଇନ ଲିକ ହୋଇସାରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.