ମୁମ୍ବାଇ: କିଛି ଦିନ ପୂର୍ବେ ଅଜୟ ଦେବଗନଙ୍କ ଫିଲ୍ମ 'ଦେ ଦେ ପ୍ୟାର ଦେ'ର ଟ୍ରେଲର ରିଲିଜ ହୋଇଥିଲା । ଏହି ଟ୍ରେଲରରେ ଅଜୟ, ତବ୍ବୁ ଏବଂ ରକୁଲ ପ୍ରୀତ ସିଂହ ମଧ୍ୟରେ ମଜାଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା । ଏହି ଟ୍ରେଲର ଆରମ୍ଭରେ ଅଜୟ ଏବଂ ଜାଭେଦ ଜାଫରୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା ।
ଯେଉଁଥିରେ ଅଜୟ ଏମିତି କପଲଙ୍କ ଉଦାହରଣ ଦେଇଥିବାର ନଜର ଆସିଥିଲେ ଯାହାଙ୍କ ବୟସ ମଧ୍ୟରେ ପାର୍ଥକ୍ୟ ରହିଅଛି । ଏହାସହ ଅଜୟ ଛୋଟ ନୱାବ ସୈଫ ଓ କରୀନା କପୁରଙ୍କ ଯୋଡିର ମଧ୍ୟ ଉଦାହରଣ ଦେଇଥିଲେ । ଏକାହୁ ଆଧାର କରି ଏବେ ସୈଫଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଟ୍ରେଲର ରିଲିଜ ପରେ ଅଜୟ ନିଜେ ହିଁ ସୈଫଙ୍କୁ ଫିଲ୍ମର ଏହି ଡାଇଲଗ ବିଷୟରେ ଜଣାଇଥିଲେ ।
ସୈଫ ମଧ୍ୟ ଏହାର ଜବାବ ଶାନଦାର ଅନ୍ଦାଜରେ ଦେଇଛନ୍ତି । ସୈଫ କହିଥିଲେ କି heyy thats cool man. ଏବେ ସୈଫଙ୍କ ଏହି ରିଆକ୍ସନରୁ ସ୍ପଷ୍ଟ ହୋଇଯାଇଛି ଯେ ସେ କରୀନାଙ୍କ ସହ ନିଜ ସମ୍ପର୍କକୁ ନେଇ କେତେ କମ୍ଫର୍ଟେବଲ ଅଛନ୍ତି । ଏହାସହ ନିଜ ସମ୍ପର୍କର ଉଦାହରଣ ଦେବାରେ ମଧ୍ୟ ତାଙ୍କୁ କୌଣସି ଆପତ୍ତି ନାହିଁ । ଜଣାଇ ଦେଉଛୁ ଯେ ସୈଫ ଓ ଅଜୟ ଅଫ ସ୍କ୍ରିନିରେ ମଧ୍ୟ ଭଲ ବନ୍ଧୁ ପରି ।