ETV Bharat / sitara

ସାରାଙ୍କ ସହ କାମ କରିବାକୁ ପ୍ରସ୍ତୁତ ସୈଫ, ହେଲେ ଏହି ସର୍ତ୍ତରେ

ପରଦାରେ ସାରା ଅଲ୍ଲୀ ଖାନଙ୍କ ସହ କାମ କରିବା ପୂର୍ବରୁ ଏହି ସର୍ତ୍ତ ସମସ୍ତଙ୍କ ସାମ୍ନାରେ ରଖିଲେ ସୈଫ ଅଲ୍ଲୀ ଖାନ । ସେ କହିଛନ୍ତି ତାଙ୍କୁ ଭଲ ସ୍କ୍ରିପ୍ଟ ମିଳିଲେ ସେ ସାରାଙ୍କ ସହ କାମ କରିବେ।

author img

By

Published : Mar 16, 2020, 8:01 PM IST

saif ali khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନିକଟରେ ପିତା ତଥା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ଲଭ ଆଜକଲ’ର ରିମେକରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଛନ୍ତି ଫେମସ ଅଭିନେତା କାର୍ତ୍ତିକ ଆର୍ୟନ। ଫିଲ୍ମରେ ଶାନଦାର ଅଭିନୟ କରି ସାରା ଦର୍ଶକଙ୍କ ହୃଦୟ କିଣିସାରିଛନ୍ତି। ହେଲେ ଦର୍ଶକ ପରଦାରେ ବାପା-ଝିଅଙ୍କୁ ଏକାଠି କାମ କରୁଥିବାର ଦେଖିବାକୁ ଚାହୁଁଛନ୍ତି।

ନିକଟରେ ଏହି କଥା ଉପରେ ସୈଫ ମୌନ ବ୍ରତ ଭାଙ୍ଗିଥିଲେ। ସେ କହିଥିଲେ ଯେ ବର୍ତ୍ତମାନ ସେ ସାରାଙ୍କ ସହ ପରଦାରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ତାଙ୍କର କିଛି ସର୍ତ୍ତ ଅଛି । ଯାହା ପୁରା ହେବା ପରେ ସେ ଝିଅଙ୍କ ସହ କାମ କରିବେ।

ସୈଫ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ ସେ ସାରାଙ୍କ ସହ କାମ କରିବାକୁ ପସନ୍ଦ କରିବେ। ହେଲେ ସ୍କ୍ରିପ୍ଟ ସ୍ପେଶାଲ ହେବା ଦରକାର। ତାଙ୍କ ଅନୁଯାୟୀ ସେ ଓ ସାରା ଅଧିକ ଡ୍ରାମାବାଜ ଜିନିଷକୁ ଅଣଦେଖା କରନ୍ତି। ତାଙ୍କୁ ବିଶ୍ବାସ ଅଛି ଯଦି ଭଲ ନିର୍ଦ୍ଦେଶକ ଓ ସ୍କ୍ରିପ୍ଟ ମିଳିବ ତେବେ ତାହା ଶାନଦାର ହେବ। ସେ ସବୁବେଳେ ନିଜ ପରିବାର ଓ କାମ ମଧ୍ୟରେ ଅନ୍ତର ବନାଇ ରଖିଥାଆନ୍ତି । ସେ କେବେ ମଧ୍ୟ ଭାବିନଥିବେ ପତ୍ନୀ ଓ ମା'ଙ୍କ ସହ ପରଦାରେ କାମ କରିବାକୁ । ଭବିଷ୍ୟତରେ ମଧ୍ୟ ଏହି ଅନ୍ତର ରଖିବେ । ହେଲେ ଯଦି ଭଲ ସ୍କ୍ରିପ୍ଟ ମିଳୁଛି ତେବେ ସେ ସାରାଙ୍କ ସହ ନିହାତି କାମ କରିବେ।

ପ୍ରକାଶ ଥାଉକି ସାରା ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘କୁଲି ନମ୍ବର 1’ର ସୁଟିଂରେ ଖୁବ୍ ବ୍ୟସ୍ତ । ଫିଲ୍ମରେ ତାଙ୍କ ସହ ନଜର ଆସିବେ ହ୍ୟାଣ୍ଡସମ ଆକ୍ଟର ବରୁଣ ଧୱନ । ଏହାସହ ସାରାଙ୍କ ପାଖରେ ଆଉ ଏକ ଫିଲ୍ମ ‘ଅତରଙ୍ଗୀ ରେ’ ମଧ୍ୟ ଅଛି । ଯେଉଁଥିରେ ସେ ସାଉଥ ସୁପରଷ୍ଟାର ଧନୁଷ ଓ ଅକ୍ଷୟ କୁମାରଙ୍କ ସହ ରୋମାନ୍ସ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.