ETV Bharat / sitara

ହାପି ବର୍ଥଡେ ଛୋଟେ ନବାବ ସୈଫ ଅଲି ଖାନ - ହାପି ବର୍ଥଡେ ନବାବ

ବଲିଉଡର ନବାବ ଖାନ କୁହାଯାଉଥିବା ସୈଫ ଅଲି ଖାନ ଆଜି ତାଙ୍କର 50 ତମ ଜନ୍ମଦିନ ପାଳନ କରୁଛନ୍ତି । ସୈଫ୍ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ...

saif ali khan birthday special
ହାପି ବର୍ଥଡେ ନବାବ ସୌଫ ଅଲି ଖାନ
author img

By

Published : Aug 16, 2020, 4:40 PM IST

ମୁମ୍ବାଇ: ସୈଫ ଅଲି ଖାନ ଆଜି ତାଙ୍କର 50 ତମ ଜନ୍ମଦିନ ପାଳନ କରୁଛନ୍ତି ।

ବଲିଉଡର ନବାବ ଖାନ ଭାବରେ ସୈଫ 16 ଅଗଷ୍ଟ 1970 ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ହେଉଛନ୍ତି ବଲିଉଡର ବରିଷ୍ଠ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ ପିତା ହେଉଛନ୍ତି ଫେମସ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦି ।

ସୈଫ ବଲିଉଡରେ ପ୍ରାୟ ଦୁଇ ଦଶନ୍ଧି ପୂରଣ କରିଛନ୍ତି । ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛନ୍ତି । 1992 ରେ ବଲିଉଡରେ ଡେବ୍ୟୁ କରିଥିଲେ ଛୋଟେ ନବାବ । ସେହି ବର୍ଷ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ପରମ୍ପରା' ମୁକ୍ତିଲାଭ କରିଥିଲା । ଫିଲ୍ମ ଫ୍ଲପ୍ ହୋଇଥିଲା କିନ୍ତୁ ସୈଫଙ୍କ କ୍ୟାରିଅର୍ ଚାଲିଥିଲା ​​।

1993 ରେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଥିଲା ଆଶିକ୍ ଆୱାରା । ଏହି ଚଳଚ୍ଚିତ୍ର ପାଇଁ ସୈଫଙ୍କୁ ଶ୍ରେଷ୍ଠ ଅଭିନେତା ଫିଲ୍ମଫେୟାର ପୁରସ୍କାର ମିଳିଥିଲା । ଯାହା ପରେ ତାଙ୍କର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପେହଚାନ୍, ଇମତିହାନ୍, ୟେ ଦିଲଲଗି ଫିଲ୍ମରେ ସୈଫଙ୍କ ଅଭିନୟକୁ ପ୍ରଂଶସକ ଖୁବ ପ୍ରଶଂସା କରିଥିଲେ ।

ଏହାପରେ 1994 ରେ, ସୈଫ ଅକ୍ଷୟ କୁମାରଙ୍କ ସହ ମେ ଖିଲାଡି ତୁ ଅନାଡି ଚଳଚ୍ଚିତ୍ରରେ କାମ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକ ବଡ ହିଟ୍ ହୋଇଥିଲା ।

ଫିଲ୍ମ ଓ୍ବ କଚେ ଧାଗେ (1999), ହମ ସାଥ ସାଥ ହେନ (1999), ଦିଲ ଚାହତା ହେ (2001) ଏବଂ କଲ ହୋ ନା ହୋ (2003) ଭଳି ସଫଳ ଚଳଚ୍ଚିତ୍ର ଗୁଡିକରେ ସୈଫ ସହାୟକ ଭୂମିକାରେ ନଜର ଆସିଥିଲେ ।

ଏହପରେ 2004 ରେ ଫିଲ୍ମ 'ହମ୍ ତୁମ୍' ରେ ଲିଡ ରୋଲରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ0 ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ଲଣ୍ଟରନ୍ୟାସନାଲ ଫିଲ୍ମ ଆଓ୍ବାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ​।

ଯାହା ପରେ ସେ ଆଉ ପଛକୁ ନ ଚାହିଁ ପରିନିତା (2005), ଓଁମକାରା (2006), ତାରା ରମ ପମ୍ (2007), ରେସ୍ (2008), ଲଭ୍ ଆଜ୍ କଲ୍ (2009), କକଟେଲ୍ (2012) ଭଳି ଚଳଚ୍ଚିତ୍ର ସହିତ ବି-ଟାଉନର ମୁଖ୍ୟ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କଲେ ।

ସୈଫଙ୍କ ଫିଲ୍ମ 'କାଲାକାଣ୍ଡି' 2017 ରେ ଏବଂ 2018 ରେ 'ବାଜାର' ମୁକ୍ତିଲାଭ କରିଥିଲା । ଉଭୟ ଚଳଚ୍ଚିତ୍ର ଦର୍ଶକଙ୍କ ଦ୍ୱାରା ଭଲ ପ୍ରଶଂସିତ ହୋଇଥିଲା ।

ଗତ ବର୍ଷ ତାଙ୍କ ଜନ୍ମଦିନରେ ତାଙ୍କ ଫିଲ୍ମ ଲାଲ କପ୍ଟାନଙ୍କ ଟିଜର ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ଦର୍ଶକମାନେ ପସନ୍ଦ କରିଥିଲେ । ସେହି ବର୍ଷ ପରେ ଅଭିନେତାଙ୍କ ଫିଲ୍ମ ତାନାଜୀ ଏବଂ ଜୱାନୀ ଜାନେମନ ମୁକ୍ତିଲାଭ କରିଥିଲା । ଉଭୟ ଚଳଚ୍ଚିତ୍ରରେ ସୈଫଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ।

ନିକଟରେ ରିଲିଜ୍ ହୋଇଥିବା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ୍ ବେଚରା ରେ ମଧ୍ୟ ସୈଫ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।

ଆଗାମୀ ସମୟରେ ତାଙ୍କୁ ବଣ୍ଟି ଅର ବବଲି- ୨, ଭୁତ ପୋଲିସ ଏବଂ ଗୋ ଗୋଆ ଗନର ସିକ୍ୱେଲରେ ଦେଖିବାକୁ ମିଳିବ।

ନିକଟରେ, ସୈଫ ଏବଂ ପତ୍ନୀ ତଥା ଅଭିନେତ୍ରୀ କରୀନା ବୁଧବାର ଦିନ ପ୍ରଶଂସକଙ୍କୁ ପୁଣି ଥରେ ବାପା ହେବାର ଖୁସି ଖବର ସେୟାର କରିଛନ୍ତି । ସୈଫିନାଙ୍କ ପ୍ରଥମ ଏକ ସନ୍ତାନ ତୈମୁର ଅଛି । ଅମୃତା ସିଂ ହେଉଛନ୍ତି ସୈଫଙ୍କ ପ୍ରଥମ ପତ୍ନୀ ।

ଇଟିଭି ଭାରତ ତରଫରୁ ସୈଫ ଅଲି ଖାନଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.