ETV Bharat / sitara

ରାଗିଲେ ତୈମୁରଙ୍କ ପିତା, ଜାଣନ୍ତୁ କାହିଁକି

ବଲିଉଡରେ ସୁପରଷ୍ଟାରଙ୍କ ପରି ଫେମସ ଛୋଟେ ନୱାବ ତୈମୁର ଅଲ୍ଲୀ ଖାନ । ସବୁବେଳେ ମିଡିଆରେ କ୍ୟାମେରାରେ କଏଦ ହୋଇଥିବା ତୈମୁର ନିକଟରେ ପିତାମାତାଙ୍କ ସହ ନଜର ଆସିଥିଲେ । ତୈମୁରଙ୍କୁ ନେଇ ମିଡିଆ ଉପରେ ରାଗିଯାଇଛନ୍ତି ସୈଫ ଅଲ୍ଲୀ ଖାନ ।

author img

By

Published : Apr 13, 2019, 11:04 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ବଲିଉଡର ଷ୍ଟାର କପୁଲ ସୈଫ ଅଲ୍ଲୀ ଖାନ ଓ କରୀନା କପୁର ନିଜ ଲାଡଲା ତୈମୁରଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ଏହି ସମୟରେ ତୈମୁର ସବୁଥର ଭଳି ଖୁବ୍ କ୍ୟୁଟ ଦେଖାଯାଇଥିଲେ । ଏକଥା ତ ସମସ୍ତଙ୍କୁ ଜଣାଥିବ କି ଯେବେ ମଧ୍ୟ ତୈମୁର ବାହାରକୁ ବାହରନ୍ତି ମିଡିଆ ତାଙ୍କୁ ଘେରିଯାଆନ୍ତି । ସେହିପରି ଏଥର ମଧ୍ୟ ମିଡିଆ କ୍ୟାମେରା ତୈମୁରଙ୍କୁ କଏଦ କରିବାରେ ଲାଗିଯାଇଥିଲା ।

ଏହି କଥା ଉପରେ ତୈମୁରଙ୍କ ପିତା ସୈଫ ଖୁବ୍ ରାଗିଯାଇଥିଲେ ଏବଂ ନିଜ ଚିନ୍ତା ବିଷୟରେ ମିଡିଆକୁ କହିଦେଇଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସାମ୍ନାକୁ ଆସିଥିବା ଏହି ଭିଡିଓରେ ସୈଫ ଓ କରୀନାଙ୍କ ସହ ତୈମୁର ଏୟାରପୋର୍ଟ ଭିତରକୁ ଯାଉଥିବାର ଦେଖାଯାଇଛନ୍ତି । ତୈମୁରଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଫଟୋଗ୍ରାଫର୍ସଙ୍କ ଭିଡ ଲାଗିଯାଇଥିଲା ଏବଂ ଫଟୋ କ୍ଲିକ କରିବାରେ ଲାଗି ପଡିଥିଲେ । ଅନ୍ୟପଟେ ନେଚୁରାଲ ଲାଇଟ ଅଭାବରୁ ଫଟୋଗ୍ରାଫର୍ସ ଫ୍ଲାଶ ବ୍ୟବହାର କରିଥିଲେ । ଯାହା ଦେଖି ସୈଫ ରାଗି ଯାଇଥିଲେ । ଆଉ କହିଥିଲେ କି ବନ୍ଦ କର କ୍ୟାମେରା ଲାଇଟ ନହେଲେ ଛୁଆ ଅନ୍ଧ ହୋଇଯିବ ।

ପ୍ରକାଶ ଥାଉକି ତୈମୁର ବଲିଉଡର ପପୁଲାର ଷ୍ଟାର କିଡସ୍ ମଧ୍ୟରୁ ଅନ୍ୟତମ । ଯାହାଙ୍କୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ସେ କଣ ଖାଉଛନ୍ତି, କଣ ପିନ୍ଧିଛନ୍ତି, କୁଆଡେ ବୁଲିବାକୁ ଯାଇଛନ୍ତି ଏସବୁ ଉପରେ ମିଡିଆରେ ନଜର ସବୁବେଳେ ରହିଥାଏ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.