ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଲଭ ଆଜ କଲ’କୁ ଏଯାବତ ମଧ୍ୟ ଦର୍ଶକ ଭୁଲି ନାହାଁନ୍ତି । ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଫିଲ୍ମ ରିଲିଜକୁ ଗତ ବୁଧବାର 10 ବର୍ଷ ପୂରଣ ହୋଇଛି ।
ଏହି ଅବସରରେ ଇମତିଆଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଆଧୁନିକ ସମୟରେ ପ୍ରେମ ଏବଂ ସମ୍ପର୍କର ବଦଳୁଥିବା ଗତିଶୀଳତା ଉପରେ ନିଜ ବିଚାର ରଖିଛନ୍ତି। ସେ ଫିଲ୍ମର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘‘ଏହି ଦଶ ବର୍ଷରେ ପହଞ୍ଚିଥିବା ଲଭ ଆଜ କଲ ପରେ ମୁଁ ଦେଖୁଛି କି ପ୍ରେମ ସମ୍ପର୍କୀୟ ପ୍ରକ୍ରିୟାରେ ନାଟକୀୟ ରୂପେ ପରିବର୍ତ୍ତନ ଆସିଛି । ଯେପରି ଯୁବପୀଢି ଏବେ ସମ୍ପର୍କ ବିଷୟରେ ଭାବୁଛନ୍ତି, ମୁଁ ଦଶ ବର୍ଷ ପୂର୍ବର ଭବିଷ୍ୟବାଣୀ କରିପାରି ନଥାନ୍ତି। ’’
ଅନ୍ୟପଟେ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ଫିଲ୍ମର 10 ବର୍ଷ ପୂରଣ ଅବସରକୁ ଖୁବ୍ ସେଲିବ୍ରେଟ କରୁଥିବାର ନଜର ଆସୁଛନ୍ତି । ଏବେ ସୋସିଆଲ ମିଡିଆରେ ‘ଲଭ ଆଜ କଲ’ ପୋଷ୍ଟର ଟ୍ରେଣ୍ଡ କରିବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଏହି ହିଟ୍ ଫିଲ୍ମର ସିକ୍ବେଲ ଖୁବଶୀଘ୍ର ଦର୍ଶକ ପରଦାରେ ଦେଖିବାକୁ ଯାଉଛନ୍ତି । ‘ଲଭ ଆଜ କଲ’ ସିକ୍ବେଲ ଫିଲ୍ମ ‘ଆଜ କଲ’ରେ ବି-ଟାଉନର ଚର୍ଚ୍ଚିତ ଯୋଡି କାର୍ତ୍ତିକ ଆର୍ୟନ ଓ ସାରା ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ଦେଖାଯିବେ । ଯାହାର ସୁଟିଂ ନିକଟରେ ଶେଷ କରିଛନ୍ତି ଏହି ଷ୍ଟାରକାଷ୍ଟ । ‘ଆଜ କଲ’ ଫିଲ୍ମକୁ ଆସନ୍ତା ବର୍ଷ ଭାଲେଣ୍ଟାଇନ ଡେରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ମେକର୍ସ ।