ହାଇଦ୍ରାବାଦ: ବକ୍ସ ଅଫିସରେ ଖୁବ ଶୀଘ୍ର ହିଟ କରିବ ପ୍ରଭାଷଙ୍କ ବହୁ ଚର୍ଚ୍ଚିତ ଆକ୍ସନ ଫିଲ୍ମ ‘ସାହୋ’ । ଫିଲ୍ମଟି 15 ଅଗଷ୍ଟରେ ରିଲିଜ ହେବାର ଥିବା ବେଳେ ଏବେ ଶୁଣିବାକୁ ମିଳୁଛି ଫିଲ୍ମର ରିଲିଜ ତାରିଖକୁ ପରିବର୍ତ୍ତନ କରାଯାଇପାରେ ।
ସତ କଥା କହିବାକୁ ଗଲେ ଅଗଷ୍ଟ 15ର ଗୋଟେ ନୁହଁ ବରଂ ତିନୋଟି ଫିଲ୍ମ ରିଲିଜ ହେବାର ଅଛି । ଅକ୍ଷୟ କୁମାରଙ୍କ ‘ମିଶନମଙ୍ଗଲ’ସହ ଜନ୍ ଆବ୍ରାହମଙ୍କ ଫିଲ୍ମ ‘ବଟଲାହାଉସ’ ମଧ୍ୟ ରିଲିଜ ହେବ । ତେବେ ଗୋଟିଏ ଦିନରେ ଦୁଇଟି ବଲିଉଡ ଫିଲ୍ମ ଓ ଗୋଟିଏ ସାଉଥ୍ ଫିଲ୍ମ ‘ସାହୋ’କୁ ରିଲିଜ କରାଯିବ । ଯଦି ଫିଲ୍ମକୁ ଏକାସାଙ୍ଗରେ ରିଲିଜ କରାଯିବ ତେବେ ଫିଲ୍ମର ବ୍ୟବସାୟ ଉପରେ ପ୍ରଭାବ ପକାଇବ ।
ତେବେ ରିପୋର୍ଟରେ ଶୁଣିବାକୁ ମିଳୁଛି କି,‘ ସାହୋ’ ନିଜ ରିଲିଜର ତାରିଖକୁ ପରିବର୍ତ୍ତନ କରିବ । ଅକ୍ଷୟ ଓ ଜନଙ୍କ ସହ ଫାଇଟ୍ କରିବେନି ପ୍ରଭାଷ । ଫିଲ୍ମକୁ 15 ଅଗଷ୍ଟ ବ୍ୟତିତ 30 ଅଗଷ୍ଟରେ ରିଲିଜ କରାଯିବ ବୋଲି ସୂଚନା ମିଳୁଛି । କିନ୍ତୁ ଏନେଇ କୌଣସି ଘୋଷଣା କରାଯାଇନାହିଁ ।