ମୁମ୍ବାଇ: ଆଲିୟା ଭଟ୍ଟଙ୍କ ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ' ନିକଟରେ ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ଖୁବ୍ ନିରାଶ କରିଥିଲା । ଏବେ ସେ ନିଜର ଆଉ ଏକ ଫିଲ୍ମ ଜରିଆରେ ଦର୍ଶକଙ୍କୁ ଖୁସ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, ସେ ନିଜର ଅପକମିଂ ଫିଲ୍ମ 'ସଡକ-2' ସୁଟିଂ ପାଇଁ ପ୍ରସ୍ତୁତ ହୋଇସାରିଲେଣି । ଏହି ଫିଲ୍ମର ଦାୟିତ୍ବ ଆଲିୟାଙ୍କ ପିତା, ନିର୍ଦ୍ଦେଶକ ମହେଶ ଭଟ୍ଟ ତୁଲାଉଛନ୍ତି ।
ଶନିବାର 'ସଡକ-2'ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଖାସ ଅବସରରେ ଆଲିୟା ଇନଷ୍ଟାଗ୍ରାମରେ ଏକ ଇମୋଶନାଲ ପୋଷ୍ଟ ସେୟାର କରିଛନ୍ତି ।
ସେ କ୍ୟାପସନରେ ଲେଖିଛନ୍ତି, "ଆଜି ସଡକ-2ର ପ୍ରଥମ ଦିନ । ଏବେ ମୋ ପିତା ମୋ ନିର୍ଦ୍ଦେଶକ । ଆଉ କିଛି ଦିନ ପରେ ସୁଟିଂ ଆରମ୍ଭ କରିବି । ସତ କହିବାକୁ ଗଲେ ମୁଁ ବହୁତ ନର୍ଭସ ଅଛି । ମତେ ଲାଗୁଛି ଯେ ଏକ ଛୋଟ ମୂଷା ଗୋଟିଏ ସୁନ୍ଦର ଏବଂ ବଡ ଇମୋଶନାଲ ପାହଡରେ ଚଢିବାକୁ ଯାଉଛି । ଆଶା କରୁଛି କି ମୁଁ ଉପରକୁ ଚଢିପାରେ ଏବଂ ଯଦି ପଡୁଛି ତେବେ ଆଶା କରୁଛି କି ପୁଣି ଉଠିପାରିବି ।"
ଆଲିୟାଙ୍କ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶ ଥାଉକି 1991ରେ ଆସିଥିବା ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଫିଲ୍ମ 'ସଡକ'ର ଏହାକ ସିକ୍ବେଲ ଫିଲ୍ମ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଲିୟା, ଆଦିତ୍ୟ ରାୟ କପୁର, ସଞ୍ଜୟ ଓ ପୂଜା ।