ETV Bharat / sitara

ଘଟିଲା ଦର୍ଶକଙ୍କ ଅପେକ୍ଷାର ଅନ୍ତ, ଅଗଷ୍ଟ 10ରେ ଆସିବ ଟ୍ରେଲର

‘ସାହୋ’ ମେକର୍ସଙ୍କ ନିଷ୍ପତ୍ତି ଆଉ ଦୁଇ ଦିନ ପରେ ରିଲିଜ କରିବେ ସାହୋର ଟ୍ରେଲର । ସୂଚନା ଦେଲେ ‘ବାହୁବଳୀ’ ଫେମ ପ୍ରଭାସ ।

author img

By

Published : Aug 8, 2019, 2:52 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରଭାସ

ମୁମ୍ବାଇ: ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ ଦେଖିବାକୁ ଦୀର୍ଘ ସମୟରୁ ଦର୍ଶକ ଅପେକ୍ଷା କରିବସିଛନ୍ତି । ସୁପରଷ୍ଟାର ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସାହୋ’ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦର୍ଶକଙ୍କୁ ନିରାଶ କରିଥିଲେ ମେକର୍ସ । ତଥାପି ଦର୍ଶକ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ । ‘ସାହୋ’ର ଗୋଟିଏ ଝଲକ ଦେଖିବାକୁ ସବୁଦିନ ଅନାଇ ବସୁଛନ୍ତି ଫ୍ୟାନ୍ସ । ଟିଜରଠୁ ନେଇ ଗୀତ ପର୍ଯ୍ୟନ୍ତ ଏଯାବତ ଯାହା ରିଲିଜ ହୋଇଛି ଫିଲ୍ମ ରିଲିଜ ପୂର୍ବରୁ ସବୁ ଦର୍ଶକଙ୍କ ମଧ୍ୟରେ ହିଟ୍ ହୋଇସାରିଲାଣି ।

ଇତିମଧ୍ୟରେ ଦର୍ଶକଙ୍କ ବଡ ଖୁସି ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଫିଲ୍ମଟି ଅଗଷ୍ଟ 30ରେ ରିଲିଜ ହେବାକୁ ଯାଉଛି, ସେହିଠାରେ ଆଉ ଦୁଇ ଦିନ ପରେ ତଥା ଅଗଷ୍ଟ 10ରେ ‘ସାହୋ’ର ଜବରଦସ୍ତ ଟ୍ରେଲର ରିଲିଜ ହେବ ।

ଯାହାର ସୂଚନା ଇନଷ୍ଟାଗ୍ରାମରେ ପ୍ରଭାସ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଦେଇଛନ୍ତି । ପୋଷ୍ଟରକୁ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘‘ଡାଲିଂ ଏବେ ସମୟ ଆସିଯାଇଛି, ସାହୋ ଦୁନିଆରେ ପ୍ରବେଶ କରିବାକୁ । ଅଗଷ୍ଟ 10ରେ ଆସୁଛି ଟ୍ରେଲର ।’’

ଟ୍ରେଲର ଲଞ୍ଚିଂ ପାଇଁ ପ୍ରଭାସ 5ଟି ସହରର ଯାତ୍ରା କରିବେ । ସେ ହାଇଦ୍ରାବାଦ, ଚେନ୍ନାଇ, କୋଚି, ବେଙ୍ଗାଲୁରୁ ଏବଂ ମୁମ୍ବାଇର ଯାତ୍ରା କରିବେ ବୋଲି ସୂଚନା ମିଳିଛି । ଫିଲ୍ମଟି ତିନୋଟି ଭାଷା ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ରିଲିଜ ହେବ । ପ୍ରଥମଥର ଦର୍ଶକ ପ୍ରଭାସ ଓ ଶ୍ରଦ୍ଧାଙ୍କ ଅନସ୍କ୍ରିନ କେମେଷ୍ଟ୍ରି ଦେଖିବାକୁ ପାଇବେ ଫିଲ୍ମରେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.