ହାଇଦ୍ରାବାଦ: ରିଲିଜ ପୂର୍ବରୁ ସାହୋ ଭାଙ୍ଗିଛି ରେକର୍ଡ । ରୋବଟ 2.0 ଓ ବାହୁବଳୀ-2ର ରେକର୍ଡ ଭାଙ୍ଗିଲା ‘ସାହୋ’। 350କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଫିଲ୍ମ ପୁରା ଦେଶରେ ପ୍ରାୟ 10 ହଜାର ସ୍କ୍ରିନରେ ଫିଲ୍ମକୁ ରିଲିଜ କରାଯିବ । ‘ସାହୋ’ର ସ୍କ୍ରିନ ସେୟାରିଂ ବାହୁବଲୀ-2 ଓ ରୋବଟ 2.0ରୁ ଅଧିକ ରହିଛି ।
ଏହାସହ ସାହୋ ପ୍ରଥମ ଦିନରେ ପ୍ରାୟ 75କୋଟି ରୋଜଗାର କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଅନେକ ସମୀକ୍ଷକ । ସାହୋରେ କେବଳ ଆନ୍ଧ୍ରପ୍ରଦେଶରେ ଦୁଇ ହଜାର ସ୍କ୍ରିନ ମିଳିଥିବା ବେଳେ ଉତ୍ତର ଭାରତରେ 4500 ସ୍କ୍ରିନ ମିଳିଛି । ଏହାସହ ଆମାଜନ ‘ସାହୋ’କୁ 40କୋଟିରେ କ୍ରୟ କରିଛି । ଅନ୍ୟପକ୍ଷେ ତେଲୁଗୁ, ତାମିଲ, ମାଲୟାଲାମ ୱେବସାଇଟ ପ୍ରାୟ 70କୋଟିରେ କିଣିଛି ।
ସାହୋକୁ 4ଟି ଭାଷାରେ ରିଲିଜ କାରଯିବ । ସାହୋ ପ୍ରଥମ ତେଲୁଗୁ ଫିଲ୍ମ ଯାହାକୁ ଟ୍ବିଟର ଇମୋଜୀ ମିଳିଛି । ପ୍ରକାଶଥାଉକି, ରୋବଟ 2.0 ବିଶ୍ବରେ 10 ହଜାର ସ୍କ୍ରିନରେ ପଡିଥିବା ବେଳେ ବାହୁବଲୀ-2କୁ 9000 ସ୍କ୍ରିନ ମିଳିଥିଲା ।