ହାଇଦ୍ରାବାଦ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’। ପ୍ରଭାସ, ଶ୍ରଦ୍ଧା କପୁର, ଚଙ୍କି ପାଣ୍ଡେ, ନିଲ ନିତିନ ମୁକେଶ, ଜ୍ୟାକି ସ୍ରର୍ଫଙ୍କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଦମଦାର ଆକ୍ସନ ଦେଖିବାକୁ ମିଳିଥିବାବେଳେ କାହାଣୀର ଜୋର ଦେଖିବାକୁ ମିଳିନି ।
ସୋସିଆଲ ମିଡିଆରେ ‘ସାହୋ’ କିଛି ନାପସନ୍ଦ କରିଛନ୍ତି ଓ ‘ସାହୋ’କୁ ମିମି ମାଧ୍ୟମରେ ଟାର୍ଗେଟ କରିଛନ୍ତି । ବିଭିନ୍ନ ମିମି ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ଫିଲ୍ମଟି ପ୍ରାୟ 350କୋଟିର ହାଇ ବଜେଟରେ ନିର୍ମାଣ କରାଯାଇଛି । ଏହାକୁ ବିଶ୍ବରେ ମୋଟ 5ଟି ଭାଷାରେ ରିଲିଜ କରାଯାଇଛି ।