ETV Bharat / sitara

Sa Re Ga Ma Pa ଟ୍ରଫି ହାତେଇଲେ 19 ବର୍ଷୀୟା ନୀଲାଞ୍ଜନା - ଶରଦ ଶର୍ମା ଦ୍ୱିତୀୟ ରନର୍ସ ଅପ୍‌

19 ବର୍ଷିୟା ନୀଲାଞ୍ଜନା ହାତେଇଲେ ପ୍ରସିଦ୍ଧ ସିଙ୍ଗିଙ୍ଗ ରିଆଲିଟି ଶୋ ‘ସା ରେ ଗା ମା ପା’ର ଟ୍ରଫି। ପଶ୍ଚିମବଙ୍ଗର ନୀଲାଞ୍ଜନା ରୟ ସର୍ବାଧିକ ଭୋଟ ପାଇ ଏହି ଶୋର ଟାଇଟଲ ଜିତିଛନ୍ତି। ଅଧିକ ପଢନ୍ତୁ

ବିଜୟିନୀ ହେଲେ 19 ବର୍ଷିୟା ନୀଲାଞ୍ଜନା ରୟ
ବିଜୟିନୀ ହେଲେ 19 ବର୍ଷିୟା ନୀଲାଞ୍ଜନା ରୟ
author img

By

Published : Mar 7, 2022, 4:20 PM IST

ହାଇଦ୍ରାବାଦ: ପ୍ରସିଦ୍ଧି ସିଙ୍ଗିଙ୍ଗ ରିଆଲିଟି ସିଙ୍ଗିଙ୍ଗ୍‌ ଶୋ’ ସାରେଗାମାପା ବିଜୟିନୀ ହେଲେ 19 ବର୍ଷିୟା ନୀଲାଞ୍ଜନା ରୟ । ପଶ୍ଚିମବଙ୍ଗର 19 ବର୍ଷିୟା ନୀଲାଞ୍ଜନା ରୟ ସର୍ବାଧିକ ଭୋଟ ପାଇ ‘ସାରେଗାମାପା’ର ଟ୍ରଫି ହାତେଇଛନ୍ତି । ସେ ଏହି ଶୋ’ର ବିଜେତା ହେବା ସହ ତାଙ୍କୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଛି । ସେହିପରି ରାଜଶ୍ରୀ ପ୍ରଥମ ରନର୍ସ ଅପ୍‌ ହୋଇଥିବା ବେଳେ ଶରଦ ଶର୍ମା ଦ୍ୱିତୀୟ ରନର୍ସ ଅପ୍‌ ହୋଇଛନ୍ତି । ରାଜଶ୍ରୀ ଓ ଶରଦଙ୍କୁ ୫ ଲକ୍ଷ ଓ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶିରେ ସମ୍ମାନିତ କରାଯାଇଛି। ସମସ୍ତ ପ୍ରତିଯୋଗୀଙ୍କୁ ପଦ୍ମଶ୍ରୀ ଉଦିତ୍‌ ନାରାୟଣ ପୁରସ୍କୃତ କରିଛନ୍ତି ।

ଟ୍ରଫି ଜିତିବା ପରେ ନୀଲାଞ୍ଜନା ବେଶ୍ ଖୁସି ଅଛନ୍ତି ଏବଂ ସେ କହିଛନ୍ତି, ମୁଁ ଏହି ଖୁସିକୁ ଭାଷାରେ ବର୍ଣ୍ଣନା କରିପାରୁନାହିଁ । ମୁଁ ବିଶ୍ୱାସ କରିପାରୁ ନାହିଁ ଯେ ଏହି ଅଦ୍ଭୁତ ଯାତ୍ରା ବର୍ତ୍ତମାନ ଶେଷ ହୋଇଛି । ଦର୍ଶକ ଓ ଜଜ୍‌ଙ୍କର ଏତେ ଭଲ ପାଇବା ଓ ସ୍ନେହ ପାଇ ମୁଁ ବହୁତ ଖୁସି । ନୀଲାଞ୍ଜନା କହିଛନ୍ତି, ଆମ ଜଜ୍‌, ମେଣ୍ଟର୍ସ ଏବଂ ଆମର ଶୋ’ର ସମସ୍ତ ଜୁରି ସଦସ୍ୟଙ୍କ ଠାରୁ ମୁଁ ବହୁତ କିଛି ଶିଖିବାକୁ ପାଇଲି ।

ପ୍ରାକ୍ଟିସ୍‌ ସେସନ୍‌କୁ ସବୁବେଳେ ମିସ୍‌ କରିବି । ଜି ଟିଭି ତାଙ୍କୁ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ଦେଇଥିବାରୁ ସେ ସବୁ ବେଳେ କୃତଜ୍ଞ ରହିବେ। ଦର୍ଶକଙ୍କୁ ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ବିପୁଳ ସଂଖ୍ୟା ଭୋଟ୍‌ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ସାରେଗାମାପାର ବିଜେତା ହୋଇସାରିଥିବା ବିଶ୍ୱାସ କରିପାରୁନାହାନ୍ତି ବୋଲି କହିଛନ୍ତି ।

ସାରେଗାମାପା-୨୦୨୨ର ୬ଜଣ ଟପ୍‌ ଫାଇନାଲିଷ୍ଟ ଥିଲେ। ନୀଲାଞ୍ଜନା ରୟ, ଶରଦ ଶର୍ମା, ରାଜଶ୍ରୀ ବାଗ, ସଞ୍ଜନା ଭଟ୍ଟ, ଅନନ୍ୟା ଚକ୍ରବର୍ତ୍ତୀ ଏବଂ ସ୍ନିଗ୍ଧଜିତ ଭୌମିକ। ୫ ଜଣଙ୍କ ପଛରେ ପକାଇ ନୀଲାଞ୍ଜନା ଏହି ଟ୍ରଫି ହାତେଇଛନ୍ତି । ଶୋ’ରେ ଜଜ୍‌ ଶଙ୍କର ମହାଦେବନ୍‌, ହିମେଶ ରେଶମିୟା ଓ ବିଶାଲ ଦଦଲାନୀ ବି ଗୀତ ଗାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.