ETV Bharat / sitara

ଓଟିଟି ପ୍ଲାଟଫର୍ମରେ ଭଂସାଲୀଙ୍କ ଆଗାମୀ ଫିଲ୍ମ - ଆଗାମୀ ଫିଲ୍ମ ‘ଟ୍ୟୁଜଡେଜ ଆଣ୍ଡ ଫ୍ରଇଡେଜ’କୁ ନେଇ ଚର୍ଚ୍ଚା

ସିନେମାଘରେ ନୁହେଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଟ୍ୟୁଜଡେଜ ଆଣ୍ଡ ଫ୍ରାଇଡେଜ’ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Apr 22, 2020, 7:54 AM IST

ମୁମ୍ବାଇ: ଲକଡାଉନରେ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ଫିଲ୍ମ ‘ଟ୍ୟୁଜଡେଜ ଆଣ୍ଡ ଫ୍ରାଇଡେଜ’କୁ ନେଇ ଚର୍ଚ୍ଚା। ଶୁଣିବାକୁ ମିଳୁଛି ଯେ କୋରୋନା ଭାଇରସ ପାଇଁ ସଞ୍ଜୟ ଓ ପ୍ରଯୋଜକ ଭୂଷଣ କୁମାର ଏହି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ପ୍ଲାନିଂ କରୁଛନ୍ତି। ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକ। ଖାଲି ଏତିକି ନୁହେଁ ଏହି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ମଧ୍ୟ ସାମ୍ନାକୁ ଆସିସାରିଛି। ସେପଟେ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମ ଏବେ ଚାଲିଛି ।

ଆଜ୍ଞା ହଁ, ଏହା ସେହି ଫିଲ୍ମ ଯାହା ଜରିଆରେ ବିଶିଷ୍ଟ ଅଭିନେତ୍ରୀ ପୁନମ ଦିଲୋନଙ୍କ ପୁଅ ଅନମୋଲ ଠାକେରିୟା ଓ ପୂର୍ବ ମିସ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଝାତଲେଖା ମଲହୋତ୍ରା ବଲିଉଡରେ ଡେବ୍ୟୁ କରିବେ।

ଗତ ସପ୍ତାହରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଧରିଥିଲା ସଞ୍ଜୟଙ୍କ ଫିଲ୍ମ ‘ଟ୍ୟୁଜଡେଜ ଆଣ୍ଡ ଫ୍ରାଇଡେଜ’ ସିନେମାଘରେ ରିଲିଜ ହେବ ନାହିଁ। ପ୍ରଥମ କାରଣ ହେଲା ଲକଡାଉନ ଆଉ ଦ୍ବିତୀୟ କାରଣ ହେଲା ଯେ ଜୁଲାଇ କିମ୍ବା ଅଗଷ୍ଟରେ ଯେବେ ଫିଲ୍ମ ରିଲିଜ ଆରମ୍ଭ ହେବ । ସେହି ସମୟରେ ଅନେକ ବଡ ଫିଲ୍ମ ଆଗାମୀ 6 ମାସ ପର୍ଯ୍ୟନ୍ତ ସିନେମାଘରେ କବଜା କରିନେବ।

ଏପରି ପରିସ୍ଥିତିରେ କମ ବଜେଟ ଫିଲ୍ମକୁ ରିଲିଜ ତାରିଖ ମିଳିବା କଷ୍ଟଦାୟକ। ଯଦି ‘ଟ୍ୟୁଜଡେଜ ଆଣ୍ଡ ଫ୍ରାଇଡେଜ’ ବିଷୟରେ କଥା ହେବା । ତେବେ ଫିଲ୍ମ ଦୁଇ ପ୍ରେମୀଯୁଗଳକୁ ନେଇ ଆଧାରିତ । ଯିଏ କେବଳ ମଙ୍ଗଳବାର ଓ ଫ୍ରାଇଡେ ପରସ୍ପରକୁ ସାକ୍ଷାତ କରୁଥିବେ। ଆଉ ଅନ୍ୟ ଦିନରେ ଏହି ଯୋଡି ଭିନ୍ନ ଭିନ୍ନ ଲୋକଙ୍କୁ ଡେଟ କରୁଥିବେ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.