ETV Bharat / sitara

RRR Box Office: ପ୍ରଥମ ଦିନରେ ସଫଳତା ତଥାପି ଭାଙ୍ଗିପାରିଲାନି Bahubali ରେକର୍ଡ

ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କରିଛି ଏସ. ଏସ ରାଜମୌଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'RRR' । ଫିଲ୍ମର ତେଲୁଗୁ ଭର୍ସନ ସବୁଠୁ ଅଧିକ ରୋଜଗାର କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

RRR Box Office: ପ୍ରଥମ ଦିନରେ ମିଳିଲା ସଫଳତା, Sooryavanshi ହେଲା ନିକଟତର

author img

By

Published : Mar 26, 2022, 12:54 PM IST

ମୁମ୍ବାଇ: ବହୁପ୍ରତିକ୍ଷିତ ନିର୍ଦ୍ଦେଶକ ଏସ. ଏସ ରାଜମୌଲୀଙ୍କ ଫିଲ୍ମ 'RRR' ରିଲିଜର ପ୍ରଥମ ଦିନରୁ ସଫଳତା ହାତେଇବାରେ ଲାଗିଛି । ତେଲୁଗୁ ସହ ଏହାକୁ ତାମିଲ, ହିନ୍ଦୀ, କନ୍ନଡ ଓ ମାଲାୟାଲାମ ଭାଷାରେ ରିଲିଜ କରାଯାଇଥିବା ବେଳେ ଥିଏଟରରେ ଦର୍ଶକଙ୍କ ଲାଗିଛି ଖଚାଖଚ୍‌ ଭିଡ଼ । ପ୍ରଥମ ଦିନରେ ଫିଲ୍ମ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି । ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଏହାର ଟିକେଟକୁ ପ୍ରି-ବୁକ୍‌ କରାଯାଇଥିବା ଦେଖିବାକୁ ମିଳିଛି ।

ଏକ ରିପୋର୍ଟ ଅନୁସାରେ ଏହି ଫିଲ୍ମ ଓପନିଂ ଡେ'ରେ ହିନ୍ଦୀ ଦର୍ଶକଙ୍କ ଠାରୁ ପ୍ରାୟ ୧୮ କୋଟି ଟଙ୍କା ରୋଜଗାର କରିଛି । ଏହା ଫିଲ୍ମ ପାଇଁ ଏକ ଭଲ ସଙ୍କେତ । ଏହି ଫିଲ୍ମର ହିନ୍ଦୀ ଭର୍ସନ 'Tanhaji' ଓ 'Goodnews' ଫିଲ୍ମର ପ୍ରଥମ ଦିନରୁ ରୋଜଗାରକୁ ଅତିକ୍ରମ କରିଥିବା ବେଳେ 'Bahubali-2' (41 କୋଟି) ଓ ଅକ୍ଷୟ କୁମାରଙ୍କ 'Sooryavanshi' (26 କୋଟି)ର ରେକର୍ଡ ଭାଙ୍ଗି ପାରିନାହିଁ । ସେପଟେ ଫିଲ୍ମର ହିନ୍ଦୀ ଓ ତେଲୁଗୁ ଭର୍ସନ ବିନା ଅନ୍ୟ ଭାଷା ସେତେଟା ସଫଳତା ହାସଲ କରିପାରିନାହିଁ ।

ସେପଟେ ପୂର୍ବ ରିପୋର୍ଟ ଅନୁସାରେ ଫିଲ୍ମଟି ଦେଶରେ ୧୨୦ କୋଟି ସଂଗ୍ରହ କରିପାରିବ ନାହିଁ ବୋଲି କୁହାଯାଉଥିଲା । ମାତ୍ର ପ୍ରଥମ ଦିନରେ ଫିଲ୍ମର ଲୋକପ୍ରିୟତା ଏହାକୁ ଭୁଲ ପ୍ରମାଣିତ କରିଛି । ଏହାର ତେଲୁଗୁ ଭର୍ସନ ପ୍ରଥମ ଦିନରେ ୭୦ କୋଟି ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି । ଫିଲ୍ମର ବଜେଟ ୫୦୦ କୋଟି ଟଙ୍କା ବୋଲି ଜଣାପଡ଼ିଛି । ଏବେ 'The Kashmir Files' କୁ ନେଇ ଚର୍ଚ୍ଚା କରାଯାଉଥିବା ବେଳେ ଏହାରି ମଧ୍ୟରେ RRRକୁ ଭଲ ରେସପନ୍ସ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.