ETV Bharat / sitara

କାର ଟେକିଲେ ରୋହିତ ଶେଟ୍ଟୀ, କହିଲେ 'ଦେଶୀ ଘିଅ'ର କମାଲ

ଏବେ ରୋହିତ ଶେଟ୍ଟୀ ଏକ କାର ଉଠାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ଭିଡିଓ ସହିତ ଲେଖାଯାଇଥିବା କ୍ୟାପସନକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ...

author img

By

Published : Jan 23, 2021, 9:56 PM IST

rohit-shetty-lifts-car-with-his-hands-and-gave-credit-to-desi-ghee-and-ghar-ka-khaana
କାର ଉଠାଇଲେ ରୋହିତ ଶେଟ୍ଟୀ,କହିଲେ 'ଦେଶୀ ଘି' ର କମାଲ

ନୂଆଦିଲ୍ଲୀ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ତାଙ୍କ ଆକ୍ସନ ଫିଲ୍ମ ପାଇଁ ବେଶ ଜଣାଶୁଣା । ତାଙ୍କ ଚଳଚ୍ଚିତ୍ର ଗୁଡିକରେ ଧମାକାଦାର ଅନ୍ଦାଜରେ ପବନରେ ଗାଡି ଉଡ଼ିବା ଏବଂ ଷ୍ଟଣ୍ଟ୍ ସିନ୍ ଥିବା ସାଧାରଣ କଥା ।

ଏବେ ରୋହିତ ଶେଟ୍ଟୀ ଏକ କାରକୁ ଉଠାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କ ଭିଡିଓ ସହିତ ଲେଖାଯାଇଥିବା କ୍ୟାପସନକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ରୋହିତ ଶେଟ୍ଟୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କାରର ଆଗ ଭାଗକୁ ନିଜ ହାତରେ ଉଠାଇଥିବାର ନଜର ଆସିଛନ୍ତି । ସେ କାର ଉଠାଇବା ସମୟରେ ଖୁସି ଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓ ସହିତ କ୍ୟାପସନରେ ରୋହିତ ଲେଖିଛନ୍ତି, 'ପ୍ରୋଟିନ୍ ସେକ୍ କିମ୍ବା ସପ୍ଲିମେଣ୍ଟ ନୁହେଁ, କେବଳ ଦେଶୀ ଘିଅ ଏବଂ ଘରେ ତିଆରି ଖାଦ୍ୟର କମାଲ ... ଠିକ୍ ମୋର ମେସର୍ସ ଭାଇମାନେ କହୁଥିଲେ ଯେ ତେସଲା ଆସୁଛି' ।

ଏବେ ରୋହିତଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବା ସହିତ ବହୁ ୟୁଜର୍ସ କମେଣ୍ଟ ବକ୍ସରେ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।

ରୋହିତଙ୍କ ଏହି ଭିଡିଓରେ ଜଣେ ୟୁଜର୍ସ ଲେଖିଛନ୍ତି, ଖୁବ୍ ଶୀଘ୍ର ତେସଲା ଆସିବ, ତା’ପରେ କିଛି ବର୍ଷରେ ଚଳଚ୍ଚିତ୍ର ମଧ୍ୟରେ ତେସଲା ଉଡ଼ିବ।

ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 'ରୋହିତ ଶେଟ୍ଟୀଙ୍କ ପାଇଁ ତେସଲା ଆସୁଛି ... ଲେ ତେସଲା: ମୁଁ ମଧ୍ୟ ଉଡ଼ିବି' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.