ETV Bharat / sitara

ବାପାଙ୍କୁ ମନେ ପକାଇ ଇମୋଶନାଲ ରିତେଶ

ଜନ୍ମଦିନରେ ବାପା ଭିଲାସ ରାଓଙ୍କୁ ମନେ ପକାଇଛନ୍ତି ଅଭିନେତା ରିତେଶ ଦେଶମୁଖ । ଇନଷ୍ଚାଗ୍ରାମରେ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରିତେଶ ।

author img

By

Published : May 27, 2019, 12:11 PM IST

ଫଟୋ ସୌଜନ୍ୟ: ସୋସିଆଲମିଡିଆ

ହାଇଦ୍ରାବାଦ: ବଲିଉଡ ଅଭିନେତା ରିତେଶ ଦେଶମୁଖ ବାପା ଭିଲାସ ରାଓ ଦେଶମୁଖଙ୍କୁ ମନେ ପକାଇ ଭାବବିହ୍ବଳ ହୋଇଛନ୍ତି । ମହାରାଷ୍ଟ୍ରର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଭିଲାସ ରାଓଙ୍କ ଜନ୍ମଦିନ ଅବସରରେ ଇନଷ୍ଟାଗ୍ରାମରେ ଇମୋସନାଲ ପୋଷ୍ଟ କରିଛନ୍ତି ରିତେଶ ।

ଜନ୍ମଦିନର ଶୁଭେଚ୍ଛା ସହ ବାପାଙ୍କୁ ମନେ ପକାଇଛନ୍ତି ରିତେଶ । କେବଳ ରିତେଶ ନୁହେଁ ରିତେଶଙ୍କ ପତ୍ନୀ ତଥା ଅଭିନେତ୍ରୀ ଜେନେଲିଆ ଡି' ସୌଜା ମଧ୍ୟ ଇମୋସନାଲ ପୋଷ୍ଟ କରିଥିଲେ । ଭିଲାସ ରାଓ 26 ମେ 1945ରେ ଜନ୍ମଗ୍ରହଣ କରିଥିଲେ ଓ 14 ଅଗଷ୍ଟ 2012ରେ ତାଙ୍କର ଦେହାନ୍ତ ହୋଇଥିଲା ।

ତେବେ ରିତେଶ ଆଗାମୀ ଫିଲ୍ମ ହାଉସଫୁଲ-4ରେ ନଜର ଆସିବେ ଓ ବିବାହ ପରେ ଜେନେଲିଆ ଫିଲ୍ମ କ୍ୟାରୟରରୁ ଏବେ ବହୁତ ଦୂରରେ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.